ଜୟଦେବ ବିହାର, ବାଣୀବିହାର ଓ ଆଚାର୍ଯ୍ୟ ବିହାର ଛକରେ ରହିବ ନାହିଁ କୌଣସି ବସ୍: ଜାଣନ୍ତୁ ନିୟମ ଭାଙ୍ଗିଲେ କେତେ ଜୋରିମାନା

ଆପଣ ଜୟଦେବ ବିହାର, ବାଣୀବିହାର, ଆଚାର୍ଯ୍ୟ ବିହାର ଛକ‌ରେ ବସକୁ ଅପେକ୍ଷା କରିଛନ୍ତି କି, ତେବେ ସତର୍କ ହୋଇଯାଅନ୍ତୁ। ଏହି ରୁଟରେ ଆପଣ ବାସକୁ ଯେତେ ଅପେକ୍ଷା କଲେ ମଧ୍ୟ ବସ ଆସିବ ନାହିଁ। କଟକରୁ ବରମୁଣ୍ଡା ଆସୁଥିବା ଏବଂ ବରମୁଣ୍ଡାରୁ କଟକ ଯାଉଥିବା ସମସ୍ତ ଲାଇନ୍ ବସ୍‌ ଏଣିକି ବାଣୀବିହାର, ଆଚାର୍ଯ୍ୟ ବିହାର କି ଜୟଦେବ ବିହାର ଛକରେ ବ୍ରିଜ୍ ତଳେ ଯିବେନାହିଁ। ଏହି ତିନିଟି ଛକରେ ବସ୍‌ ଫ୍ଲାଏଓଭର ଦେଇ ଯିବ। ଯାତ୍ରୀମାନେ ସତ୍‌ସଙ୍ଗ ବିହାର ଛକରେ ଏବଂ କ୍ରାଉନ୍ ହୋଟେଲ ସମ୍ମୁଖରେ ବସ୍‌ ଧରିପାରିବେ ଏବଂ ଓହ୍ଲାଇପାରିବେ। ଯଦି କୌଣସି ବସ୍‌ ଏହି ତିନିଟି ଛକରେ ଫ୍ଲାଏଓଭର ତଳ ରାସ୍ତା ଦେଇ ଯିବ ତେବେ ସେହି ବସ ଗୁଡିକ ଠାରୁ ହଜାରେ ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯିବ। ଏନେଇ କମିସନରେଟ୍ ପୁଲିସ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।ବାଣୀବିହାର ଓ ଆଚାର୍ଯ୍ୟବିହାର ଛକରେ ଭିଡ଼ କମା‌ଇବା ଏବଂ ଯାତ୍ରୀଙ୍କ ସୁରକ୍ଷା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।

Leave a Reply

Your email address will not be published. Required fields are marked *