ପରମ୍ପରାକୁ ଭାଙ୍ଗିଲେ ନିର୍ମଳା ସୀତାରମଣ । ବ୍ରିଫକେସ୍ ବଦଳରେ ନାଲି କପଡ଼ାରେ ବନ୍ଧା ହୋଇ ଆସିଲା ବଜେଟ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ବଜେଟ୍ ଦସ୍ତାବିଜ୍ ଏକ ନାଲି କପଡ଼ାରେ ତିଆରି ଫୋଲ୍ଡର ଭିତରେ ଆଣିଥିଲେ। ଏହାକୁ ଏକ ହଳଦିଆ ରଙ୍ଗର ସୂତାରେ ବନ୍ଧାଯାଇଥିଲା। ପୁରୁଣା ପରମ୍ପରା ପରି ଏଥର କିନ୍ତୁ ବଜେଟ ବ୍ରିଫକେସରେ ନଆସି ଆସିଛି ଏକ ନାଲି କପଡ଼ା ଗୋଡ଼ା ବହିଖାତା ଭିତରେ । ସରକାରଙ୍କ କହିବାନୁସାରେ ଏହା ପାଶ୍ଚାତ୍ୟ ସଂସ୍କୃତିରୁ ବାହାରକୁ ଆସି ଦେଶର ପୁରୁଣା ପରମ୍ପରା ସହ ଜଡିତ ହେବାର ଏକମାତ୍ର ପ୍ରୟାସ ।
ବ୍ୟାଗର ନାଲି ରଙ୍ଗ ଭାରତୀୟ ପରମ୍ପରା ଅନୁସାରେ ଶୁଭର ପ୍ରତୀକ ଅଟେ। ବ୍ରିଟିଶ ଶାସନ ଅମଳରୁ ଚାଲିଆସିଥିବା ‘ବ୍ରିଫ୍କେଶ୍’ ପରମ୍ପରା ଭାଙ୍ଗି ନାଲି କପଡ଼ାରେ ଗୁଡ଼ା ହୋଇଥିବା ‘ବହି ଖାତା’ ଆଣିବା ପଛର ମୁହଁ ଖୋଲିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେ କହିଛନ୍ତି ବ୍ରିଟିଶ୍ ଅମଳର ଏହି ‘ହ୍ୟାଙ୍ଗଓଭର’ରୁ ବାହାରିବା ପାଇଁ ଏହା ହିଁ ପ୍ରକୃଷ୍ଟ ସମୟ ଥିଲା। ଅନ୍ୟପକ୍ଷରେ ଏହା ମଧ୍ୟ ଅଧିକ ସୁବିଧାଜନକ। ସୀତାରମଣ କୌଣସି କାମ ଆରମ୍ବ କରିବା ବେଳେ ସବୁବେଳେ ଶଭ ପାଇଁ କିଛି ନୂଆ କରିଥାନ୍ତି । ରିବନ୍ କାଟିବାକୁ ମନ୍ତ୍ରୀ ଅଶୁଭ ଭାବି ନିର୍ମଳା ସୀତାରମଣ କୌଣସି କାମର ଶୁଭ ଉଦଘାଟନ ସମୟରେ ରିବନ୍ କାଟିବା ବଦଳରେ ରିବନ୍ ଯୋଡିଥାନ୍ତି ।
ଏଠି ପ୍ରଶ୍ନ ଉଠୁଛି ଏହା ଆଗରୁ ମୋଦୀ ସରକାର ୫ଥର ବଜେଟ ଉପସ୍ଥାପନ କରିଥିଲେ ମଧ୍ୟ ଥରଟିଏ ବି ଏତେ ପ୍ରଶଂସା କରି ନଥିବା ନବୀନ ପଟ୍ଟନାୟକ ହଠାତ ବଦଳିଗଲେ କେମିତି…