ଚୀନ୍‌ର ଅତ୍ୟାଧୁନିକ ସର୍ବେକ୍ଷଣ ବ୍ୟବସ୍ଥାକୁ ନଷ୍ଟ କରି ଭାରତୀୟ ସେନା ଛଡ଼ାଇ ଆଣିଲା ‘ବ୍ଲାକ୍‌ ଟପ୍‌’

ଡୋକ୍‌ଲାମ୍‌ ‌ପରେ ଗଲୱାନ୍‌ରେ ଚୀନ୍‌କୁ ମୁହଁତୋଡ଼ ଜବାବ ଦେଇଛି ଭାରତୀୟ ସେନା। ଚୀନର ଆଉ ଏକ ହୀନ ଉଦ୍ୟମକୁ ଭାରତୀୟ ସେନା ସୋମବାର ରାତିରେ ପଣ୍ଡ କରିଛି ଅଗଷ୍ଟ ୩୧ ତାରିଖ ଅନୁପ୍ରବେଶ ଉଦ୍ୟମକୁ କେବଳ ଭାରତୀୟ ଯବାନ ପଣ୍ଡ କରିନାହାନ୍ତି; ବରଂ ‘ବ୍ଲାକ୍‌ ଟପ୍‌’କୁ ନିଜ ଅଧୀନକୁ ଆଣିବାରେ ସଫଳ ହୋଇଛି ଭାରତୀୟ ସେନା। ଏହାକୁ ନିଜ କବ୍ଜାକୁ ନେବା ଲାଗି ହୀନଉଦ୍ୟମ କରୁଥିବା ଚୀନ୍‌ର ରଣନୀତିକୁ ଭାରତୀୟ ସେନା ନିରସ୍ତ୍ର କରିଛି। ଭାରତୀୟ ସେନାର ଏଭଳି ପଦକ୍ଷେପ ଓ ମନୋବଳକୁ ଦେଶବ୍ୟାପୀ ପ୍ରଶଂସା କରାଯାଇଛି। ତେବେ ଏହାକୁ ନେଇ ବାସ୍ତବ ନିୟନ୍ତ୍ରଣ ରେଖା ଠାରେ ଭାରତ-ଚୀନ୍‌ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଭାରତ-ଚୀନ୍‌ ସୀମାବର୍ତ୍ତୀ ପାନ୍‌ଗଙ୍ଗ୍‌ ହ୍ରଦର ଦକ୍ଷିଣ କୂଳରେ ଥିବା ରହିଛି ପର୍ବତ ଶିଖର ‘ବ୍ଲାକ୍‌ଟପ୍‌’। ଏହି ପର୍ବତ ଶିଖରରେ ଅତ୍ୟାଧୁନିକ ସର୍ବେକ୍ଷଣ ଯନ୍ତ୍ରାଂଶ ଯଥା କ୍ୟାମେରା, ସେନ୍‌ସନ୍‌ ଆଦି ଖଞ୍ଜି ଭାରତୀୟ ସେନାର ଗତିବିଧି ଉପରେ ନଜର ରଖିବାକୁ ଚୀନ୍‌ ଯେଉଁ ପଦକ୍ଷେପ ନେଇଥିଲା ତାହା ଫସର ଫାଟିଯାଇଛି। ଚୀନ୍‌ ବ୍ଲାକ୍‌ ଟପ୍‌କୁ ନିଜ ନିୟନ୍ତ୍ରଣକୁ ନେବା ପୂର୍ବରୁ ଭାରତୀୟ ସେନା ଏଠାରେ ନିଜ ଉପସ୍ଥିତିକୁ ଜାହିର କରି ନିଜ କବ୍ଜାକୁ ଆଣିଛି। ଏହି ଜନଶୂନ୍ୟ ପର୍ବତ ଶିଖର ‘ବ୍ଲାକ୍‌ଟପ୍‌’କୁ ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲଏ) ଦଖଲ କରିବା ପୂର୍ବରୁ ଏହାକୁ ନିଜ ଅଧୀନକୁ ଆଣିବାରେ ସମର୍ଥ ହୋଇଛନ୍ତି ଭାରତୀୟ ଯବାନ। ଏଥିସହିତ ଚୀନ୍‌ର ଅତ୍ୟାଧୁନିକ ସର୍ବେକ୍ଷଣ ବ୍ୟବସ୍ଥାକୁ ନଷ୍ଟ କରିଛନ୍ତି ଭାରତୀୟ ଯବାନ।

Leave a Reply

Your email address will not be published. Required fields are marked *