ଉତ୍ତର ପ୍ରଦେଶର ହମୀରପୁର ବିଧାନସଭା ଉପନିର୍ବାଚନ ଆସନକୁ ହାତେଇଛି ଭାରତୀୟ ଜନତା ପାର୍ଟି। ବିଜେପି ପ୍ରାର୍ଥୀ ଯୁବରାଜ ସିଂହ ସମାଜବାଦୀ ପାର୍ଟି ପ୍ରାର୍ଥୀ ମନୋଜ ପ୍ରଜାପତିଙ୍କଠାରୁ ୧୭୭୦୦ ଭୋଟରେ ବିଜୟୀ ହୋଇଛନ୍ତି। ଏହି ଆସନକୁ ନେଇ ଉଭୟ ଦଳ ବେଶ ଆଶାବାଦୀ ଥିଲା। ବିଶେଷ କରି ବିଜେପି ପାଇଁ ଏହା ସମ୍ମାନର ପ୍ରଶ୍ନ ଥିଲା। ଏହି ବିଜୟ ପରେ ବିଜେପି କାର୍ଯ୍ୟାଳୟରେ ଖୁସୀର ଲହରୀ ଖେଳିଯାଇଛି। ନବନିର୍ବାଚିତ ବିଧାୟକ ଯୁବରାଜ ସିଂହଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁଭେଚ୍ଛା ଜଣାଇଛନ୍ତି।