କର୍ଣ୍ଣାଟକରେ କଂଗ୍ରେସ ଓ ଜେଡିଏସ ଗଠବନ୍ଧନ ସରକାର ଖୁବଶୀଘ୍ର ଭାଙ୍ଗିବାକୁ ଯାଉଛିା ଜେଡିଏସ୍-କଂଗ୍ରେସ ମେଣ୍ଟ ସରକାରରୁ ୧୩ ଜଣ ବିଧାୟକଙ୍କ ଇସ୍ତଫା ପରେ ଆଜି ଜଣେ ସ୍ୱାଧୀନ ବିଧାୟକ ମଧ୍ୟ ସମର୍ଥନ ଫେରାଇ ନେଇଛନ୍ତି । ଏହି ୧୪ଜଣଙ୍କ ମଧ୍ୟରେ ଅଧିକାଂଶ ବିଧାୟକ ମୁମ୍ବାଇରେ ଏକ ତାରାକା ହୋଟଲରେ ରହିଥିବା ସୂଚନା ମିଳିଛି । ଏପରି ସ୍ଥିତିରେ ସରକାରଙ୍କ ଉପରେ ସଙ୍ଗଟ ବଢିବଢି ଚାଲିଛି । ଦୀର୍ଘ ୧୩ ମାସ ଧରି ବିଜେପି ଯେଉଁ ମଉକାକୁ ଅପେକ୍ଷା କରିଥିଲା ସେହି ସମୟ ଏବେ ବିଜେପି ପାଇଁ ଆସିଯାଇଛି। କର୍ଣ୍ଣାଟକାରେ ଏପରି ସ୍ଥିତି ଦେଖି ବିଦେଶ ଗସ୍ଥ ଛାଡି ରାତାରାତି ବେଙ୍ଗାଲୁରରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ ।
ଯଦି ଇସ୍ତଫା ପତ୍ର ପଠାଇଥିବା ୧୪ ବିଧାୟକଙ୍କ ଇସ୍ତଫା ଗୃହୀତ ହେବ ତେବେ କର୍ଣ୍ଣାଟକ ବିଧାନସଭାର ୨୨୪ ଆସନରୁ ଖସି ୨୧୦ ହୋଇଯିବ। ଏମିତିରେ ବହୁମତ ପାଇଁ ୧୧୩ ବଦଳରେ ୧୦୬ ଆସନର ଆବଶ୍ୟକତା ରହିବ । କଂଗ୍ରେସ ଏବଂ ଜେଡିଏସର ୧୩ ବିଧାୟକଙ୍କ ଇସ୍ତଫା ଏବଂ ଜଣେ ନିର୍ଦ୍ଦଳୀୟ ବିଧାୟକ ନାଗେଶଙ୍କ ଇସ୍ତଫା ପରେ ମହାମେଂଟ ସରକାରର ବିଧାୟକଙ୍କ ସଂଖ୍ୟା କମି ୧୦୪ରେ ପହଁଚିବ । ଫଳରେ ବହୁମତ ପାଇଁ ସରକାରଙ୍କଠାରୁ ୨ଟି ଆସନ କମିଯିବ। ସେପଟେ ବିଜେପି ପାଖରେ ୧୦୫ ଜଣ ବିଧାୟକ ଥିବା ବେଳେ ଜଣେ ସ୍ୱାଧିନ ବିଧାୟକ ବିଜେପିକୁ ସମର୍ଥନ କରିବେ ବୋଲି ଜଣାପଡିଛିା ଏପରି ସ୍ଥିତିରେ ବିଜେପି ସରକାର ଗଠନ କରିବାରେ କୌଣସି ଅସୁବିଧା ହେବ ନାହିଁ ।