ଦୀର୍ଘ ୭୨ବର୍ଷର ପରମ୍ପରା ଭାଙ୍ଗିବାକୁ ଯାଉଛନ୍ତି ରାଜ୍ୟସରକାର। ଗାନ୍ଧୀ ଜୟନ୍ତୀ ପାଇଁ ସ୍ୱାଧୀନତା ଦିବସକୁ ଦିଆଯିବ ଜଳାଞ୍ଜଳୀ। ୧୯୭୩ରୁ ମୁଖ୍ୟମନ୍ତ୍ରୀ ସ୍ୱାଧୀନତା ଦିବସ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଆସୁଛନ୍ତି । ପୂର୍ବରୁ ରାଜ୍ୟପାଳ ଅଭିବାଦନ ଗ୍ରହଣ କରୁଥିଲେ । କିନ୍ତୁ ଏଥର ସ୍ୱାଧୀନତା ଉତ୍ସବର ସ୍ଥାନ ପରିବର୍ତ୍ତନ କରାଯିବା ସହ ପ୍ୟାରେଡ ବଦଳରେ ମାତ୍ର ୪ଟି ଟ୍ରୁପ୍ ପତାକାକୁ ସାଲ୍ୟୁଟ୍ ଦେବେ । କୌଣସି କାରଣ ନଥାଇ କଣ ପାଇଁ ପରମ୍ପରା ଭଙ୍ଗ କରାଯାଉଛି ? ଏଭଳି ସଙ୍ଗୀନ ଅଭିଯୋଗ ଆଣିଛି ବିଜେପି। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କହିଛନ୍ତି, ମୁଖ୍ୟମନ୍ତ୍ରୀ ଅଧିକ ସମୟ ଛିଡା ହୋଇ ଅଭିବାଦନ ଗ୍ରହଣ କରିପାରିବେନି ବୋଲି ଶୁଣିବାକୁ ମିଳୁଛି । ସେଥିପାଇଁ ସ୍ୱାଧୀନତା ଦିବସରେ ପ୍ୟାରେଡକୁ ବାତିଲ କରାଯାଇଛି। ମୁଖ୍ୟମନ୍ତ୍ରୀ ଏ ବିଷୟରେ ସ୍ପଷ୍ଟୀକରଣ ଦିଅନ୍ତୁ । ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ କାରଣରୁ ସ୍ୱାଧୀନତା ଦିବସ ପରମ୍ପରା ବଦଳାଇବା ଦୁର୍ଭାଗ୍ୟଜନକ । କଣ ପାଇଁ ୭୨ବର୍ଷର ପରମ୍ପରା ଭଙ୍ଗା ଯାଉଛି ଓଡିଶାବାସୀ ଜାଣିବା ଦରକାର ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।