ଆସନ୍ତା କାଲି ଠାରୁ ବୁଲି ବୁଲି ଦଳ ପାଇଁ ସଦସ୍ୟ ଯୋଗାଡ଼ କରିବ ବିଜେଡି

ରବିବାର ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦଳ ପାଇଁ ସଦସ୍ୟ ସଂଗ୍ରହ ଅଭିଯାନକୁ ଅଧିକରୁ ଅଧିକ ସକ୍ରିୟ କରିବା ଦିଗରେ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଛି। ଯେଉଁଥିରେ ସଦସ୍ୟ ସଂଖ୍ୟା ଦୁଇଗୁଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ପୂର୍ବରୁ ସଦସ୍ୟତା ସଂଗ୍ରହ ଅଭିଯାନ ପାଇଁ ଦଳୀୟ ସଭାପତି ନବୀନ ପଟ୍ଟନାୟକ କମିଟି କରିସାରିଛନ୍ତି। ଏଥିରେ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ପ୍ରମିଳା ମାଲିକ, ସଞ୍ଜୟ ଦାସବର୍ମା, ପ୍ରତାପ ଦେବ, ପ୍ରଦୀପ ପାଣିଗ୍ରାହୀ ଓ ପ୍ରଣବ ପ୍ରକାଶ ଦାସ ସଦସ୍ୟ ଅଛନ୍ତି। ଏହି କମିଟି ଦଳୀୟ ଏଜେଣ୍ଡା, ବିକାଶ ଯୋଜନା ଓ କାର୍ଯ୍ୟକାରିତା ନେଇ ଲୋକଙ୍କ ପାଖକୁ ଯିବ ଦଳ। ଗତ କିଛି ଦିନ ହେବ ମୁଖ୍ୟମନ୍ତ୍ରୀ 5ଟି ଓ ମୋ ସରକାର ପରି କାର୍ଯ୍ୟକ୍ରମ କରି ଲୋକଙ୍କ ପାଖରେ ପହଞ୍ଚିଛନ୍ତି। ଆଗକୁ ପୌର ନିର୍ବାଚନ ଥିବାରୁ, ସଦସ୍ୟ ସଂଗ୍ରହ କମିଟିର ଦାୟିତ୍ୱ ଅଧିକ ବଢିବ। ସେହିପରି ବିଜେପୁର ଉପନିର୍ବାଚନ ଥିବାରୁ ସଦସ୍ୟ ସଂଗ୍ରହ ବିଶେଷ ଭୂମିକା ନେବ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *