‘କୋରାପୁଟ କୋଟିଆ’ରେ ଆନ୍ଧ୍ରର ଦାଦାଗିରି: ସମାଧାନ ପାଇଁ ନୂଆ ରାଜ୍ୟପାଳ ଦେଲେ ଭରଷା

ଓଡ଼ିଶା ଅଧିନରେ ଥିବା କୋରପୁଟ ଜିଲ୍ଲାର କୋଟିଆ ଅଞ୍ଚଳ ଏବେ ବିବାଦ ଘେରରେ। ଏହି ଅଞ୍ଚଳର ବିଭିନ୍ନ ଗ୍ରାମର ଲୋକଙ୍କୁ ନିଜ ପକ୍ଷକୁ ନେବାକୁ ଉଦ୍ୟମ କରିଚାଲିଛି ଆନ୍ଧ୍ର। ଯାହାକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଲାଗିରହିଛି। ଏହିରା ଭିତରେ ଆନ୍ଧ୍ରର ରାଜ୍ୟପାଳ ଭାବେ ବିଶ୍ୱଭୂଷଣ ରହିଚନ୍ଦନଙ୍କ ନାଁ ଘୋଷଣା ହେବା ପରେ ଏବେ ଏହି ବିବାଦର ସମାଧାନ ହେବ ବୋଲି ଆଶା କରାଯାଉଛି।

ଓଡ଼ିଶାରେ ଥିବା କୋଟିଆକୁ ଅକ୍ତିଆର କରିବା ପାଇଁ ଆନ୍ଧ୍ର ସରକାର ପ୍ରୟାସ କରଥିବା ବେଳେ ସ୍ଥିତାବସ୍ଥା ବଜାୟ ରଖିବାକୁ ପୂର୍ବରୁ ନିଦେର୍ଶ ଦେଇଥିଲେ ସୁପ୍ରିମକୋର୍ଟ । ଏହାରି ଭିତରେ ଦୀର୍ଘ ବର୍ଷ ବିତିଯାଇଥିଲେ ବି ନିଜକୁ ସୁଧାରୁନାହିଁ ଆନ୍ଧ୍ର । ଯାହାକୁ ନେଇ ବାରମ୍ବାର ଅଶାନ୍ତି ଦେଖାଦେଇଛି। କୋଟିଆରେ ଥିବା ଗାଁକୁ ଓଡ଼ିଶା ସରକାର ସ୍ୱତନ୍ତ୍ର ଧ୍ୟାନ ଦେଉଥିବା ବେଳେ ବିଭିନ୍ନ ବିକାଶ ମୂଳକ ପଦେକ୍ଷପ ହାତକୁ ନେଇଛନ୍ତି। ସେପଟେ ଆନ୍ଧ୍ର ସରକାରଙ୍କ ଅଧିକାରୀ କିନ୍ତୁ ମଝିର ମଝିରେ ଏହି ଅଞ୍ଚଳକୁ ଆସି ବିଭିନ୍ନ ଗାଁରେ ସଭା କରି ଲୋକ ମାନଙ୍କୁ ଲୋଭାନୀତ କରିବାକୁ ଚେଷ୍ଟାକରୁଛନ୍ତି।

ଏପରି ସ୍ଥିତିରେ ରାଜ୍ୟପାଳ ଭାବେ ନିଯୁକ୍ତି ପାଇବା ପରେ ବିଶ୍ୱଭୂଷଣ ହରିଚନ୍ଦନ ଏବେ ଏହି ଅଞ୍ଚଳର ସମସ୍ୟର ସମାଧାନ ଦିଗରେ କାମ କରିବାକୁ କହିଛନ୍ତି। ଦୁଇ ରାଜ୍ୟ ମଧ୍ୟରେ ଥିବା ବିବାଦକୁ ଦୂର କରି ସ୍ଥାନୀୟ ଅଞ୍ଚଳର ଲୋକକଙ୍କ ସମସ୍ୟ କିପରି ସମାଧାନ ହେବ ସେ ନେଇ ଆଗକୁ ଦୃଷ୍ଟି ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *