ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ। କରୋନା ଟିକା ପାଇଁ ହୋଇଥିବା ରାଜିନାମାର ପ୍ରମାଣ ଦିଅ। ଏହା କହିଛନ୍ତି ବିଷ୍ଣୁ ସେଠୀ। ସେ କହିଛନ୍ତି କରୋନା ଟିକା ଯୋଗାଇବା ପାଇଁ ରାଜ୍ୟ ସରକାର କରିଥିବା ରାଜିନାମାର ସାର୍ବଜନୀନ କର। ଏହା ପ୍ରକାଶ କଲେ ବାଲେଶ୍ୱରବାସୀ ଖୁସି ହେବେ।” ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ଓରଫ ରାଜା ସ୍ୱାଇଁଙ୍କ ମାଗଣା କରୋନା ଟିକା ମନ୍ତବ୍ୟ ପ୍ରସଙ୍ଗରେ ଏଭଳି ଜବାବ ରଖିଛନ୍ତି ବିରୋଧୀଦଳ। ମହାମାରୀ କରୋନା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାତ ଖୋଲି ଓଡ଼ିଶାକୁ ସହଯୋଗ କରୁଛନ୍ତି। ଏପର୍ଯ୍ୟନ୍ତ କେନ୍ଦ୍ର ସରକାର ଓଡ଼ିଶାକୁ ୨୨ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି। ସେଥିରୁ ବାଲେଶ୍ୱର ଜିଲ୍ଲା ପାଇଁ ୯୨୨ କୋଟି ଟଙ୍କା ବ୍ୟୟବରାଦ ରହିଛି। ଏତେ ଟଙ୍କା ଆସିଲା ପରେ ମଧ୍ୟ ପ୍ରତିଦିନ ରାଜ୍ୟରେ କୋଭିଡ୍ ପରିଚାଳନାରେ ବ୍ୟାପକ ତ୍ରୁଟି ଦେଖିବାକୁ ମିଳୁଛି ବୋଲି ବିଷ୍ଣୁ ସେଠୀ କହିଛନ୍ତି।