ବରଗଡ଼ ଲୋକସଭା ଅଧୀନରେ ଥିବା ବିଜେପୁର ବିଧାନସଭା ଆସନ ପାଇଁ ନିର୍ବାଚନୀ ବିଗୁଲ ବାଜି ସରିଛି। ଅକ୍ଟୋବର ୨୧ ତାରିଖରେ ବିଜେପୁର ଉପନିର୍ବାଚନ। ଏଥିପାଇଁ ସେପ୍ଟେମ୍ବର ୨୩ ତାରିଖରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କନ ଦାଖଲର ଶେଷ ତାରିଖ ସେପ୍ଟେମ୍ବର ୩୦ ରହିଛି। ନାମାଙ୍କନ ଯାଂଚ ଅକ୍ଟୋବର ୧ ତାରିଖ ଓ ପ୍ରତ୍ୟାହାର ତାରିଖ ଅକ୍ଟୋବର ୩ ରହିଛି। ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ। ସେହିପରି ଅକ୍ଟୋବର ୨୪ରେ ଫଳାଫଳ ଘୋଷଣା ହେବ। ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମର ହିଞ୍ଜିଳି ଏବଂ ବରଗଡ଼ର ବିଜେପୁରରୁ ବିଜୟୀ ହୋଇଥିଲେ। ଏହାପରେ ସେ ବିଜେପୁର ଆସନରୁ ଇସ୍ତଫା ଦେଇଥିଲେ। ନିର୍ବାଚନରେ ଭାଗ ନେବାକୁ ଥିବା ପ୍ରାର୍ଥୀ ସମସ୍ତ ଅସ୍ତ୍ରଶସ୍ତ୍ର ସମର୍ପଣ କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ଜଣେ ପ୍ରାର୍ଥୀ ସର୍ବାଧିକ ୨୮ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବ ବୋଲି ନିୟମ ରହିଛି। ନିର୍ବାଚନ ବେଳେ ସୋସିଆଲ୍ ମିଡିଆ ଉପରେ ମଧ୍ୟ କଡ଼ା ନଜର ରଖିବେ ନିର୍ବାଚନ କମିଶନ।