ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତିର ପ୍ରମାଣ ଦେଲା ବିଜେପି। ପୂର୍ବରୁ ବିଜେପିର ଅଭିଯୋଗକୁ ନେଇ ପ୍ରମାଣ ମାଗିଥିଲେ ମନ୍ତ୍ରୀ ପ୍ରତାପ ଜେନା। ଏପରିସ୍ଥଳେ ରବିବାର ମାହାଙ୍ଗା ନିର୍ବାଚନମଣ୍ଡଳୀରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛି ବିଜେପି। ୫୦୦୦ରୁ ଅଧିକ ଦୁର୍ନୀତି ଘଟଣାରେ ପ୍ରମାଣ ଥିବା ଦାବି କଲେ ବିଜେପି ନେତା ଶାରଦା ପ୍ରଧାନ। ମୁଖ୍ୟମନ୍ତ୍ରୀ ଭେଟିବାକୁ ସୁଯୋଗ ଦେଲେ ସମସ୍ତ ପ୍ରମାଣ ଦାଖଲ କରାଯିବ ବୋଲି କହିଛନ୍ତି ଶାରଦା ପ୍ରଧାନ। ପଞ୍ଚାୟତିରାଜ ମନ୍ତ୍ରୀଙ୍କ ପୃଷ୍ଠପୋଷକତାରେ ମାହାଙ୍ଗା ଅଞ୍ଚଳରେ ଚାଲିଛି ବ୍ୟାପକ ଦୁର୍ନୀତି। ପଞ୍ଚାୟତିରାଜଙ୍କ ନିର୍ବାଚନ ମଣ୍ଡଳୀରେ ଥିବା ନୁରତଙ୍ଗ ମଞ୍ଚାୟତରେ ଗୋଟିଏ ଗାଁରେ 4ଜଣ କୋଟିପତିଙ୍କୁ ମିଳିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ଯେଉଁମାନେ ସେଠାକାର ବିଜେଡିର ଟାଣୁଆ କର୍ମୀ ଓ ନେତା ବୋଲି ଜଣାଶୁଣା। ହେଲେ ସେହି ଗାଁରେ ଅନ୍ୟ 4ଜଣ ଏମିତି ଲୋକ ଅଛନ୍ତି ଯାହାଙ୍କର ଚାଳ ଛପର ଘର ମଧ୍ୟ ଭଲ କରି ନାହିଁ ତାଙ୍କୁ ଏଯାଏ ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ମିଳିନାହିଁ। ଏହି ମାମଲାରେ ମୁଖ୍ୟମନ୍ତ୍ରୀଙ୍କ 5ଟି ସଚିବ ପାଣ୍ଡିଆନ୍ ତଦନ୍ତ କରନ୍ତୁ ବୋଲି ବିଜେପି ଦାବି କରିଛି। ଖୋଲାଖୋଲି ପଞ୍ଚାୟତିରାଜ ମନ୍ତ୍ରୀ ଏଥିରେ ସାମିଲ ଅଛନ୍ତି, ତେଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ବହିଷ୍କାର କରନ୍ତୁ ବୋଲି ବିଜେପି ଦାବି କରିଛି।।