ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମକୁ ଦେଶର ପ୍ରଥମ ୮ଟି ଖେଲୋ ଇଣ୍ଡିଆ ଷ୍ଟେଟ ସେଣ୍ଟର ଅଫ୍ ଏକ୍ସଲେନ୍ସ ମଧ୍ୟରେ ସ୍ଥାନୀତ କରାଯାଇଛି। ଏହା ଭାରତୀୟ କ୍ରୀଡ଼ା ପ୍ରାଧିକରଣର ଫ୍ଲାଗସିପ୍ ପ୍ରତିଭା ଚିହ୍ନଟ ଏବଂ ପୋଷଣ କାର୍ଯ୍ୟକ୍ରମ ଖେଲୋ ଇଣ୍ଡିଆର ଅନ୍ତର୍ଭୁକ୍ତ ହୋଇଛି। ଭିତ୍ତିଭୂମି ନବୀକରଣ,କ୍ରୀଡା ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା ଏବଂ ଗୁଣାତ୍ମକ ପ୍ରଶିକ୍ଷଣ ସାଙ୍ଗକୁ ଫିଜିଓଥେରାପିଷ୍ଟ, କ୍ରୀଡ଼ା ବିଶେଷଜ୍ଞ ନିଯୁକ୍ତ ହେବେ। ଖେଳାଳିମାନଙ୍କୁ ଉଚ୍ଚମାନର ଉପକରଣ ମଧ୍ୟ ଯୋଗାଇ ଦିଆଯିବ।ଏହାର ସୁପରିଚାଳନା ନିଶ୍ଚିତ କରିବାକୁ ଏକାଡେମୀରେ ଉଚ୍ଚ କାର୍ଯ୍ୟଦକ୍ଷତା ସଂପନ୍ନ ପରିଚାଳକ ମଧ୍ୟ ରହିବେ। ୪ ବର୍ଷ ମଧ୍ୟରେ ମୋଟ ବଜେଟ୍ ୧୨.୦୨ କୋଟି ଟଙ୍କା ବ୍ୟୟରେ କଳିଙ୍ଗ ଷ୍ଟାଡିୟମକୁ ନବୀକରଣ କରାଯିବ।