କେନ୍ଦ୍ରୀୟ ଟ୍ରେଡ ୟୁନିୟନ ପକ୍ଷରୁ ଆଜି ୨୪ ଘଣ୍ଟିଆ ଦେଶବ୍ୟାପୀ ଧର୍ମଘଟର ଡାକରା ଦିଆଯାଇଛି। ଏହାର ପ୍ରଭାବ ଓଡ଼ିଶାରେ କିଛି ସ୍ଥାନରେ ଦେଖିବାକୁ ମିଳିଛି। ଯାଜପୁର କଟକ ଖୋର୍ଦ୍ଧା ବାଲେଶ୍ୱର ଭାଦ୍ରକ ଓ ବୌଦ୍ଧରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ସକାଳୁ ସକାଳୁ ବିଭିନ୍ନ ସଂଗଠନ ପକ୍ଷରୁ ପିକେଟିଂ କରି ବିଭିନ୍ନ ଛକ ଓ ମୁଖ୍ୟ ରାସ୍ତା ସହ ଦୋକାନ ବନ୍ଦ କରାଯାଇଛି । ଭାରତ ବନ୍ଦ ଡାକରାର ପ୍ରଭାବ ଭଦ୍ରକ ସହରରେରେ ଦେଖିବାକୁ ମିଳିଛି । ଭଦ୍ରକ ବନ୍ତ ଛକ ନିକଟରେ ୧୬ ନମ୍ୱର ଜାତୀୟ ରାଜପଥକୁ ଅବରୋଧ କରାଯାଇଛି। ଅନ୍ୟପଟେ ସୁବର୍ଣ୍ଣପୁର, ରାଉରକେଲା, ପାରାଦୀପ ଓ ଗୁଣୁପୁର ଭଳି ସ୍ଥାନରେ ମଧ୍ୟ ବନ୍ଦ ପ୍ରଭାବ ଦେଖିବାକୁ ମିଳୁଛି।କେବଳ ସେତିକି ନୁହେଁ କେନ୍ଦ୍ର ସରକାରଙ୍କ ଶ୍ରମିକ , କୁଷକ୍ ଓ ଜନ୍ ବିରୋଧୀ ନୀତିକୁ ବିରୋଧ କରି ଦେଶ ବ୍ୟାପି ଧର୍ମଘଟକୁ ସଫଳ କରିବାକୁ ଓଡ଼ିଶାରେ ଶ୍ରମିକ ସଂଗଠନ ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପ୍ରତିବାଦ ଆରମ୍ଭ କରିଦେଇଛନ୍ତି। ଭୁବନେଶ୍ଵର ରେ ରେଳଷ୍ଟେସନ, ମାଷ୍ଟର କେନ୍ତିନ୍, ନୟାପଲ୍ଲୀ ଜାତୀୟ ରାଜପଥ, ଆଇଗିଣିଆ ସମେତ ବିଭିନ୍ନ ଜାଗାରେ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ପକ୍ଷରୁ ପ୍ରତିବାଦ କରାଯାଉଛି। ବିଶେଷକରି ଶ୍ରମ ବିରୋଧୀ, ଶ୍ରମ କୋଡକୁ ପ୍ରତିହାର, କୃଷକ ଆଇନ ପ୍ରତିହାର, ବ୍ୟାଙ୍କ, ବୀମାକୁ ଘୋରିଇ କରଣ ବନ୍ଦ ଓ ପ୍ରବାସୀ ଶ୍ରମିକ ଲାଗି ଉପଯୁକ୍ତ ଆଇନ ଭଳି ଦାବି ରହିଛି।