ଭଦ୍ରକ, ବାଲେଶ୍ୱର ଓ ଯାଜପୁର ୬୦ ଘଣ୍ଟା ପାଇଁ ସଟଡାଉନ୍, ଆଜି ରାତି ୧୦ରୁ ନିୟମ ଲାଗୁ

ଭଦ୍ରକ, ବାଲେଶ୍ୱର ଓ ଯାଜପୁର ୬୦ ଘଣ୍ଟା ପାଇଁ ସଟଡାଉନ୍, ଆଜି ରାତି ୧୦ରୁ ନିୟମ ଲାଗୁ। କୋଭିଡ-୧୯ ଭାଇରସର ସଂକ୍ରମଣ ରୋକିବାକୁ ଏହି କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଏହି ଘୋଷଣା କରିଛନ୍ତି। ଗତ ଚାରି ଦିନରେ ଭଦ୍ରକ, ବାଲେଶ୍ୱର ଏବଂ ଯାଜପୁର ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଯାଇଥିବାରୁ ଏପରି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର।ଏହି ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏବଂ ପଶ୍ଚିମବଙ୍ଗରୁ ଏହି ୩ଟି ଜିଲ୍ଲାକୁ ଆଗମନ ସଂଖ୍ୟା ଅଧିକ ଥିବାରୁ ଏହାକୁ ରୋକିବାକୁ କ୍ୱାରେଣ୍ଟାଇନ ସହ ଟେଷ୍ଟିଂ ପରିମାଣ ୩ ଗୁଣା କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ କଟକ-ଭୁବନେଶ୍ୱର ଏବଂ ଭଦ୍ରକରେ ଏପ୍ରିଲ ୩, ୪ ଓ ୫ ତାରିଖରେ ଜାରି ୪୮ ଘଣ୍ଟିଆ ସଟଡାଉନ ଭଳି ଏବେ ୩ ଜିଲ୍ଳାରେ ୬୦ ଘଣ୍ଟିଆ ସଟଡାଉନ ନିଷ୍ପତ୍ତି ନେଇଛନ୍ତି। ଏହି ସମୟରେ କେବଳ କିଛି ନିର୍ଦ୍ଧିଷ୍ଟ ଔଷଧ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ। କେବଳ ଜରୁରୀ ସ୍ୱାସ୍ଥ୍ୟସେବା ସହ ବିଭିନ୍ନ ଜରୁରୀ ସେବା ଜାରି ରହିବ।

Leave a Reply

Your email address will not be published. Required fields are marked *