ଭଦ୍ରକ ପୌରାଞ୍ଚଳ ଓ ଧାମନଗର ଏନଏସି ହେଲା ଲକଡାଉନ। ଆସନ୍ତାକାଲି (ସୋମବାର) ଠାରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଭଦ୍ରକ ସହର ଓ ଧାମନଗର ଏନଏସିକୁ ଲକଡାଉନ ଘୋଷଣା କରାଯାଇଛି। ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଭଦ୍ରକ ଜିଲ୍ଲାପାଳ ଏଭଳି ନିର୍ଦ୍ଦେଷ ଜାରି କରିଛନ୍ତି। ଏହି ୨ଟି ସ୍ଥାନରେ ସପ୍ତାହର ଅନ୍ତିମ ଦୁଇ ଦିନ (ଶନିବାର ଓ ରବିବାର) ସଟଡାଉନ ରହିବ। ଅର୍ଥାତ ସଟଡାଉନ କଟକଣା ପୂର୍ବଭଳି ବଳବତ୍ତର ରହିବ। ଲକଡାଉନ କଟକଣା ସମୟରେ ପ୍ରତିଦିନ ସକାଳ ୫ଟାରୁ ଅପରାହ୍ନ ଗୋଟିଏ ଯାଏଁ ଦୋକାନ, ବଜାର ଖୋଲିବ। ଏହାସହ ଲକଡାଉନ ନିର୍ଦ୍ଦେଶ ନମାନିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ କୁହାଯାଇଛି।