ଅନବରତ କରୋନା ରୋଗୀଙ୍କ ସେବାରେ ଆଦିତ୍ୟ ଅଶ୍ୱୀନ ହସ୍ପିଟାଲ୍

ଅନବରତ କରୋନା ରୋଗୀଙ୍କ ସେବାରେ ଆଦିତ୍ୟ ଅଶ୍ୱୀନ ହସ୍ପିଟାଲ। କୋରନା ମହାମାରୀ ସାରା ବିଶ୍ୱକୁ କବଳତି କରିଥିବା ବେଳେ ଏଥିରୁ ବଞ୍ଚିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରାଯାଉଛି। ଭାରତ ମଧ୍ୟ ସମୂର୍ଣ୍ଣ ଭାବେ କରୋନାର କବଳରେ ରହିଆସିଛି। ଯଦିଓ ବର୍ତ୍ତମାନ ଦେଶ ତଥା ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା କମି କମି ଆସିଲାଣି ହେଲେ ମୃତ୍ୟୁ ସଂଖ୍ୟା କିନ୍ତୁ ଆଶାନୁରୂପ କମିନାହିଁ। ରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମଣ ସଂଖ୍ୟା 2 ହଜାର ପାଖାପାଖି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 40 ଉପରେ ରହୁଛି। ତଥାପି ରାଜ୍ୟସରକାର ସମସ୍ତ ପ୍ରକାର କଟକଣା ଜରି ରଖିଥିବା ବେଳେ କୋଭିଡ ଚିକିତ୍ସା ପାଇଁ ବ୍ୟାପକ ବନ୍ଦୋବସ୍ତ କରି ରଖିଛନ୍ତି। ରାଜ୍ୟର ସମସ୍ତ ଜିଲ୍ଲା, ରାଜଧାନୀ ଭୁବନେଶ୍ୱରରେ କୋଭିଡ ଚିକିତ୍ସା ପାଇଁ ଡେଡିକେଟେଡ୍ କୋଭିଡ ହସ୍ପିଟାଲର ବ୍ୟବସ୍ଥା କରାଯାଇଛି। ରାଜ୍ୟରେ ଏବେ ଡେଡିକେଟେଡ କୋଭିଡ୍ ହସ୍ପିଟାରେ ସିଟ୍ ସଂଖ୍ୟା 1175ରେ ପହଞ୍ଚିଛି।  ଭୁବନେଶ୍ୱରରେ କୋଭିଡ୍ ରୋଗୀଙ୍କ ସଂଖ୍ୟାକୁ ଦୃଷ୍ଚିରେ ରଖି ଏକାଧିକ କୋଭିଡ୍ ହସ୍ପିଟାଲ ଖୋଲାଯାଇଛି। ସମ, କିମ୍ସ, ଆଦିତ୍ୟ ଅଶ୍ୱୀନ ଭଳି ହସ୍ପିଟାଲକୁ ଡେଡିକେଟେଡ୍ କୋଭିଡ ହସ୍ପିଟାଲରେ ପରିଣତ କରାଯାଇଛି। ବର୍ତ୍ତମାନ ସମ ହସ୍ପିଟାଲରେ 550 ଓ କିମ୍ସ ହସ୍ପିଟାଲରେ 500 ଓ ଭୁବନେଶ୍ୱର ଆଦିତ୍ୟ ଅଶ୍ୱୀନ ହସ୍ପିଟାରେ 150 କୋଭିଡ୍ ବେଡ୍ ରହିଛି।

Another Covid-19 hospital comes up in Bhubaneswar | Bhubaneswar News -  Times of India

ଚନ୍ଦ୍ରସେଖରପୁର ଅଞ୍ଚଳରେ ଥିବା ଆଦିତ୍ୟ ଅଶ୍ୱୀନ ହସ୍ପିଟାଲରେ ଦିଆଯାଉଥିବା ସେବା ପାଇଁ ସମସ୍ତ କରୋନା ରୋଗୀ ଏବେ ଆଦିତ୍ୟ ଅଶୀନ ହସ୍ପିଟାଲରେ ଚିକିତ୍ସା ପାଇଁ ଇଛାପ୍ରକାଶ କରୁଛନ୍ତି। ଏଠାରେ  150 କୋଭିଡ୍ ବେଡ୍ ରହିଥିବା ବେଳେ ଗୁରୁତର ରୋଗୀଙ୍କ ପାଇଁ 30ଟି ଆଇସିୟୁ ଓ 21ଟି ଉଚ୍ଚ ନିର୍ଭରଶୀଳ ୟୁନିଟ୍ ବେଡ୍ ରହିଛି। ଡାକ୍ତର ଓ ନର୍ସ ନିରନ୍ତର ସେବା ଯୋଗାଇଦେଉଛନ୍ତି। ଦିନ ରାତି ଅନବରତ ଡାକ୍ତର ଓ ନର୍ସ ନିଷ୍ଠା ଓ ଯତ୍ନର ସହ କରୋନା ରୋଗୀଙ୍କ ନିକଟରେ ରହି ସେବା କରୁଛନ୍ତି। ଫଳରେ କରୋନାରେ ଆକ୍ରାନ୍ତ ହୋଇ ରୋଗୀଟିଏ ମାଗଣାରେ ଉଚ୍ଚକୋଟିର ସେବା ପାଇ ଭଲ ହୋଇ ଘରକୁ ଫେରୁଛି।  ଗୁରୁତ୍ୱର ରୋଗୀଙ୍କ ପାଇଁ ଏଠାରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ରୋଗୀଙ୍କୁ ସୁସ୍ୱାଦୁ ଓ ସ୍ୱାସ୍ଥ୍ୟକର ଖାଦ୍ୟ ପ୍ରଦାନ କରାଯାଉଛି। ଅତି ପରିସ୍କାର ବେଡସିଟ ରୋଗୀକୁ ଦିଆଯାଉଛି। ହସ୍ପିଟାଲ ଭିତରେ ସର୍ବଦା ପରିସ୍କାର ପରିଚ୍ଛନ୍ନତାକୁ ଗୁରତ୍ୱ ଦିଆଯାଉଛି।

ଭୁବନେଶ୍ୱର ଆଦିତ୍ୟ ଅଶ୍ୱୀନ ହସ୍ପିଟାଲର ceo ଡକ୍ଟର ରବି ରାଓ ହିଛନ୍ତି,  ଏଠାକୁ ଯେଉଁ କରୋନା ରୋଗୀ ଆସୁଛନ୍ତି ସେମାନଙ୍କ ସ୍ୱସ୍ଥ୍ୟାବସ୍ଥା କପରି ଭଲ ହେବ ଏବଂ ସେମାନେ କିପରି ସୁସ୍ଥ ହୋଇ ଘରକୁ ଫେରବେ ଏହା ଆମର ପ୍ରାଥମିକତା ରହିଛି । ରୋଗୀଟି ଆସିଲା ପରେ ସଙ୍ଗେସଙ୍ଗେ ଚିକିତ୍ସା ଆରମ୍ଭ ହୁଏ, ବିଭନ୍ନ ଡାକ୍ତରୀ ପରିକ୍ଷା କରାଯାଇ ରୋଗୀର ସ୍ଥିତି ଜାଣିବା ପରେ ଚିକିତ୍ସା ଆରମ୍ଭ ହୋଇଯାଏ। ଏଥିପାଇଁ ଅନେକ ବରିଷ୍ଠ ପ୍ରଫେସର ହସ୍ପିଟାଲରେ ଅଛନ୍ତି। ମେଡିସିନ ଖୁଆଇବା ଠାରୁ ଆରମ୍ଭ କରି ଖାଦ୍ୟ ମଧ୍ୟ ନର୍ସମାନେ ରୋଗୀଙ୍କୁ ଖୁଆଇଦିଅନ୍ତି। ଏହାସହ ସହ ରୋଗୀ ମାନଙ୍କ ସହ କଥା ହୋଇ ସେମାନଙ୍କ ମନସିକ ସ୍ଥିତିକୁ ବୃଦ୍ଧି କରିବା ସହ ସେମାନଙ୍କୁ ଉତ୍ସାହିତ କରିଥାନ୍ତି। ପ୍ରତ୍ୟେକ ବେଡ୍ ନିକଟରେ କମ୍ପ୍ୟୁଟରାଇଜ୍ ସିଷ୍ଟମ ମାଧ୍ୟମରେ ରୋଗୀର ସ୍ୱାସ୍ଥ୍ୟବସ୍ଥା ,ପରୀକ୍ଷା ରିପୋର୍ଟ, ଏବଂ ସମସ୍ତ ପ୍ରକାର ବିବରଣୀ ରଖାଯାଇଥାଏ। ରୋଗୀଟି ନିଜର ସ୍ଥିତି ବିଷୟରେ ଜାଣିବା ସହ ଡାକ୍ତର କିମ୍ବା ନର୍ସ ରୋଗୀର ସ୍ଥିତି ଜାଣି ସହଜରେ ଚିକିତ୍ସା କରିପାରିଥାନ୍ତି। ରୋଗୀଟିର ସ୍ୱାସ୍ଥ୍ୟବସ୍ଥା ବିଗିଡିଲେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶକ୍ରମେ ଆଇସିୟୁ କିମ୍ବା ଉଚ୍ଚ ନିର୍ଭରଶୀଲ ୟୁନିଟକୁ ସ୍ଥାନନ୍ତର କରାଯାଇଥାଏ। ହଠାତ ଜଣେ ଗୁରୁତ୍ୱର କରୋନା ରୋଗୀ  ଯଦି ଏଠାକୁ ଆସୁଛନ୍ତି ଖୁବ କମ ସମୟ ମଧ୍ୟ ଡାକ୍ତର ଓ ନର୍ସ ଆପ୍ରାଣେ ଉଦ୍ୟମ କରି ରୋଗୀଟିକୁ ଭଲ କରିଥାନ୍ତି। ତେଣୁ ବର୍ତ୍ତମାନ ରାଜ୍ୟର କୋଭିଡ୍ ହସ୍ପିଟାଲ କ୍ଷେତ୍ରରେ ପ୍ରଥମ ପସନ୍ଦ ଭୁବନେଶ୍ୱର ଆଦିତ୍ୟ ଅଶ୍ୱୀନ ହୋଇପାରିଛି।

Odisha govt tells officials not to rush Covid cases to Bhubaneswar | Latest  News India - Hindustan Times

Leave a Reply

Your email address will not be published. Required fields are marked *