ରଜନୀର ଘନ ଅନ୍ଧକାର ପରେ, ଆସିଲା ସୂରୁଜ ଧାଇଁ
ଦବାକୁ ତାର ସୁନେଲି କିରଣ, କହେ ଉଠନାହିଁ କାହିଁ ।
କୋକିଳ କରେ ପୁଣି ପଞ୍ଚମାଳାପ, ଭାଙ୍ଗିବାକୁ ଖାଲି ଲୋକଙ୍କ ଅଳସ
ହେ ବନ୍ଧୁ ମୋର ସବୁ ଜାଗ୍ରତ ହୁଅ, ନିଜ କାମରେ ନିଜେ ବ୍ୟସ୍ତ ହୁଅ ।
ରୁହ ନାହିଁ ତୁମେ ହୋଇ ଅଳସ, ତୁମେ ପରା ଏହି ଦେଶର ଭବିଷ୍ୟତ
ଭାରତ ମାତା ଆମ ରହିଛି ଅନାଇ, କେବେ ଲଢିବ ତୁମେ ତାରି ପାଇଁ ।
ଯଶ କୀର୍ତ୍ତି ତାର ନଷ୍ଟ ହେଲାଣି, ଗଢିବ ପୁଣି କିଏ ତାରି ପାଇଁ ?
ହେ ମୋର ପ୍ରିୟ ପୂଣ୍ୟ ଭାରତ. ବଢେଇବୁ ଆମେ ତୋର ମାନ ମହତ
ଗଢ଼ିବୁ ପୁଣି ସେଇ ସୁନାର ଭାରତ, ମା ତୋ ପାଇଁ ପ୍ରଣାମ ଶତ ଶତ ।
ମୁନ୍ମୁନ୍ ପୃଷ୍ଟି