ଭୁବନେଶ୍ୱର ସାଂସଦଙ୍କ କଥା ରଖିଲେ କେନ୍ଦ୍ର ସରକାର: ଜାନୁୟାରୀ ୧ରୁ ଭୁବନେଶ୍ୱରରୁ ସୁରଟକୁ ଉଡ଼ିବ ବିମାନ

ଆସନ୍ତା ଜାନୁୟାରୀ ୨୦୨୦ରୁ ଭୁବନେଶ୍ଵରରୁ ସୁରଟକୁ ସିଧା ବିମାନ ଉଡ଼ିବ। ଏନେଇ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ସୂଚନା ପ୍ରଦାନ କରିଛନ୍ତି। ଏହି ବିମାନ ସପ୍ତାହକୁ ୩ ଥର ଉଡାଣ କରିବ। ଏୟାର ଇଣ୍ଡିଆ ଏହି ସେବା ବିମାନ ଯାତ୍ରୀଙ୍କୁ ପ୍ରଦାନ କରିବ ବୋଲି ସୂଚନା ମିଳିଛି। ସୁରଟ-ଭୁବନେଶ୍ୱର ମଧ୍ୟରେ ବିମାନ ଚଳାଚଳ ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ କରିଥିବା ଅନୁରୋଧ ଅନୁମୋଦିତ ହୋଇଛି ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି। ୨୦୨୦ ଜାନୁୟାରୀ ୧ ତାରିଖ ଠାରୁ ଭୁବନେଶ୍ୱରରୁ ସୁରଟ ମଧ୍ୟରେ ଉଡ଼ିବ ବିମାନ। ସପ୍ତାହକୁ ତିନିଥର ଏୟାର ଇଣ୍ଡିଆର ବିମାନ ଚାଲିବ। କେନ୍ଦ୍ରର ଅନୁମୋଦନ ପରେ ଅପରାଜିତା କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି। ଓଡ଼ିଶା ବାହାରେ ବିଭିନ୍ନ ସହରମାନଙ୍କ ଭିତରେ ସୁରଟରେ ସବୁଠାରୁ ଅଧିକ ଓଡ଼ିଆ ବସବାସ କରୁଛନ୍ତି। ବାହାରେ ରହୁଥିବା ଏହି ଓଡ଼ିଆମାନେ ଅନେକ ସମୟରେ ଓଡ଼ିଶା ଫେରିବା ବେଳେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଯାହାକୁ ନେଇ ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସୁରଟରୁ ଭୁବନେଶ୍ୱର ଓ ଭୁବନେଶ୍ୱରରୁ ସୁରଟକୁ ବିମାନ ଚଳାଇବାକୁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା।

Leave a Reply

Your email address will not be published. Required fields are marked *