ସବୁ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ଆଉ 4 ଦିନ ପରେ ବାରବାଟୀ ଦିନିକିଆ। ଐତିହାସିକ ବାରବାଟୀ ଷ୍ଟାଡିୟମରେ ୨୨ ତାରିଖରେ ଭାରତ ଓ ୱେଷ୍ଟ୍ଇଣ୍ଡିଜ ମଧ୍ୟରେ ଖେଳାଯିବ ସିରିଜର ତୃତୀୟ ଦିନିକିଆ। ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି। ଦିନିକିଆ ପାଇଁ ସୋମବାରଠୁ ଅଫ୍ଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି। ପ୍ରଥମ ଦୁଇ ଦିନ ଅନୁବନ୍ଧିତ ଜିଲ୍ଲା, ସ୍କୁଲ୍, କଲେଜଗୁଡ଼ିକ ପାଇଁ ଉଦ୍ଦିଷ୍ଟ ହୋଇଥିବାରୁ ସୋମବାର ପ୍ରାୟ ଅଧା ଟିକେଟ୍ ବିକ୍ରି ହୋଇଯାଇଥିଛି। ସକାଳ ୧୦ଟାରେ ଓସିଏ କନ୍ଫରେନ୍ସ ହଲ୍ରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଥିଲା। ଏଚ୍ଡିଏଫ୍ସି ବ୍ୟାଙ୍କ କର୍ମଚାରୀଙ୍କ ଉପସ୍ଥିତିରେ ସଦସ୍ୟମାନଙ୍କୁ ଟିକେଟ୍ ବିକ୍ରି କରାଯାଇଥିଲା। ଅଧା ଅନୁବନ୍ଧିତ ସଂସ୍ଥା ଆସିନଥିବାରୁ ସେମାନେ ମଙ୍ଗଳବାର ଟିକେଟ୍ କିଣିବେ। ଏଠାରୁ ଯେଉଁ ଟିକେଟ୍ ବଳିଯିବ ସେଗୁଡ଼ିକ କାଉଣ୍ଟର ବିକ୍ରି ପାଇଁ ଚାଲିଯିବ। ସୂଚନାଯୋଗ୍ୟ, ଅନୁବନ୍ଧିତ ସଦସ୍ୟଙ୍କ ପାଇଁ ୮୯୪୬ ଟିକେଟ୍ ସ˚ରକ୍ଷିତ ରଖାଯାଇଥିଲା। ଏଥିପୂର୍ବରୁ ଅନ୍ଲାଇନ୍ରେ ୮୧୫୦ ଟିକେଟ୍ ବିକ୍ରି ହୋଇ ସାରିଥିଲା ବେଳେ କାଉଣ୍ଟର୍ ବିକ୍ରି ପାଇଁ ୧୦୦୫୦ ଟିକେଟ୍ ଧାର୍ଯ୍ୟ ହୋଇଛି। ଆସନ୍ତା 19 ତାରିଖ ଠାରୁ ସାଧାରଣ ଦର୍ଶକ ପାଇଁ କାଉଣ୍ଟରରେ ମିଳିବ ଟିକେଟ୍। ଏଥିପାଇଁ ପ୍ରଥମ ଥର ପାଇଁ 12ଟି କାଉଣ୍ଟର ଖୋଲିଛି।