କ୍ରିକେଟ୍ ଇତିହାସରେ ନୂଆ ଅଧ୍ୟାୟ ରଚିବାକୁ ଯାଉଛି ବାରବାଟୀ ଷ୍ଟାଡ଼ିୟମ। ଦେଶରେ ଅନେକ ବଡ଼ ବଡ଼ ଷ୍ଟାଡ଼ିୟମରେ ଯାହା ସମ୍ଭବ ହୋଇପାରାନାହିଁ ତାହା ବାରବାଟୀ ଷ୍ଟାଡ଼ିୟମ ସମ୍ଭବ କରି ଦେଖାଇବ। ଇଡ଼େନ ଗାର୍ଡେନ ପରେ ଦେଶରେ ବାରବାଟୀ ଦ୍ୱିତୀୟ ଷ୍ଟାଡ଼ିୟମ ହେବାକୁ ଯାଉଛି ଯେଉଁଠି ବର୍ଷା ସମୟରେ ଗ୍ରାଉଣ୍ଡକୁ ସମ୍ପୂର୍ଣ୍ଣ ଘୋଡାଇବାକୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଅନେକ ସମୟରେ ଦେଖିବାକୁ ମିଳେ ଯେ, ଖେଳ ସମୟରେ ବର୍ଷା ବାଧାକ ଯୋଗୁ ମ୍ୟାଚ୍ ବାତିଲ ହୋଇଥାଏ। ହେଲେ ପ୍ରଥମ ଥର ପାଇଁ ବାରବାଟୀରେ ବର୍ଷାକୁ ଆଉ ଡ଼ର ରହିବ ନାହିଁ। ବାରବାଟୀରେ ମ୍ୟାଚ ଚାଲିଥିବା ବେଳେ ଯଦି ବର୍ଷା ହୁଏ ତେବେ ସମସ୍ତ ଗ୍ରାଉଣ୍ଡକୁ କଭରଅପ୍ କରିବାକୁ ଓସିଏ ନିକଟରେ ସମସ୍ତ ସୁବିଧା ରହିଛି। ପ୍ରଥମ ଥର ପାଇଁ ବାରବାଟୀ ଷ୍ଟାଡ଼ିୟମରେ ଏହି ସୁବିଧା ଉପଲବ୍ଧ ହୋଇଥିବା ପିଚ୍ କ୍ୟୁରେଟର କହିଛନ୍ତି। ପୂର୍ବରୁ ଭାରତରେ କେବଳ କୋଲକାତାର ଇଡେନ୍ ଗାର୍ଡେନ ଷ୍ଟାଡ଼ିୟମରେ ବର୍ଷା ହେଲେ ସମ୍ପୁର୍ଣ୍ଣ ଗ୍ରାଉଣ୍ଡକୁ ଘୋଡାଇବାର ସୁବିଧା ରହିଥିଲା। ଏହାଛଡ଼ା ଏଥର ବାରବାଟୀକୁ ଏକ ନୂଆ ରୂପ ଦେବାକୁ ଓସିଏ ଲାଗି ପଡିଛି। ବାତ୍ୟା ‘ଫନି’ ଯୋଗୁ ଷ୍ଟାଡ଼ିୟମରେ ଅନେକ କ୍ଷତି ହୋଇଥିବା ବେଳେ ଏହାକୁ ପୂର୍ଣ୍ଣନିର୍ମାଣ କରାଯାଉଛି। ହାତରେ କମ ସମୟ ଥିବାରୁ ଯୁଦ୍ଧ କାଳୀନ ଭିତିରେ ଚାଲିଛି କାମ।