ମଙ୍ଗଳବାର ଠାରୁ ଆରମ୍ଭ ହେଉଛି ଅକ୍ଟୋବର ମାସ। ଏହି ମାସରେ ଅନେକ ପୂଜା ପାର୍ବଣ ପଡୁଥିବାରୁ ଅନେକ ଦିନ ବ୍ୟାଙ୍କ ଛୁଟି ରହିବ। ଫଳରେ ଆପଣ ଏବେଠାରୁ ବ୍ୟାଙ୍କ କାମ ଶେଷ କରିଦିଅନ୍ତୁ। ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ, ଅକ୍ଟୋବର ମାସରେ ଆମ ରାଜ୍ୟରେ ବ୍ୟାଙ୍କ ୯ ଦିନ ବନ୍ଦ ରହିବ। ୨ ତାରିଖ ଗାନ୍ଧୀ ଜୟନ୍ତୀ ଥିବାରୁ ଏହି ଦିନ ବ୍ୟାଙ୍କ ଛୁଟି ରହିବ। ଏହାପରେ ୬ ତାରିଖ ରବିବାର, ୭ ଏବଂ ୮ ତାରିଖ ଦୁର୍ଗାପୂଜା ପାଇଁ ବ୍ୟାଙ୍କ ଛୁଟି ରହିବ। ୧୨ ତାରିଖ ଦ୍ୱିତୀୟ ଶନିବାର ଏବଂ ୧୩ ତାରିଖ ରବିବାର ଯୋଗୁଁ ବ୍ୟାଙ୍କ ଲଗାତାର ଦୁଇ ଦିନ ଛୁଟି ରହିବ। ଏହା ପର ସପ୍ତାହରେ ସୋମବାର ଠାରୁ ଶନିବାର ପର୍ଯ୍ୟନ୍ତ ବ୍ୟାଙ୍କ ସ୍ୱାଭାବିକ ଭାବେ କାର୍ଯ୍ୟ କରିବ। ପୂର୍ବରୁ ବ୍ୟାଙ୍କ ଛୁଟିଥିବାରୁ ଏହି ସମୟରେ ବ୍ୟାଙ୍କ ଅଧିକ ଭିଡ ରହିବ। ଏହାପରେ ୨୦ ତାରିଖ ରବିବାର ପାଇଁ ବ୍ୟାଙ୍କ ସ୍ୱାଭାବିକ ଭାବେ ଛୁଟି ରହିବାକୁ ଥିବାବେଳେ ୨୬ ତାରିଖ ମାସର ଚତୁର୍ଥ ଶନିବାର ପାଇଁ ବନ୍ଦ ରହିବ। ଏହାପରଦିନ ୨୭ ତାରିଖ ରବିବାର ତଥା ଦୀପାବଳି ପାଇଁ ପୁଣି ବ୍ୟାଙ୍କ ବନ୍ଦ ରହିବ। ଦେଶର କେତେକ ରାଜ୍ୟରେ ଲୋକାଲ୍ ହୋଲିଡେ ପାଇଁ ବ୍ୟାଙ୍କ ୧୧ ଦିନ ଛୁଟି ମଧ୍ୟ ରହିବ ବୋଲି ଜଣା ପଡିଛି।
ଜାଣନ୍ତୁ ଅକ୍ଟୋବର ମାସରେ କେବେ ଓ କେଉଁଥିପାଇଁ ବ୍ୟାଙ୍କ ରହିବ ବନ୍ଦ…
୧. ଅକ୍ଟୋବର ୨- ଗାନ୍ଧୀ ଜୟନ୍ତୀ
୨. ଅକ୍ଟୋବର ୬- ରବିବାର
୩. ଅକ୍ଟୋବର ୭- ନବମୀ
୪. ଅକ୍ଟୋବର ୮-ଦଶହରା
୫. ଅକ୍ଟୋବର ୧୨- ଦ୍ୱିତୀୟ ଶନିବାର
୬. ଅକ୍ଟୋବର ୧୩- ରବିବାର
୭. ଅକ୍ଟୋବର ୨୦- ରବିବାର
୮. ଅକ୍ଟୋବର ୨୬-ଚତୁର୍ଥ ଶନିବାର
୯. ଅକ୍ଟୋବର ୨୭- ରବିବାର ଓ ଦୀପାବଳି