ଭେଣ୍ଟିଲେଟର୍‌ରୁ ବାହାରିଲା ବଳିଆ

ସଙ୍କଟାପନ୍ନ ଥିବା ବଳିଆର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି। ଏବେ ବଳିଆକୁ ଭେଣ୍ଟିଲେଟର୍‌ରୁ ବାହାରକୁ ଅଣାଯାଇଛି। ସେ ସ୍ୱାଭାବିକ ଭାବରେ ନିଶ୍ୱାସପ୍ରଶ୍ୱାସ ନେଇ ପାରୁଥିବାରୁ ଅକ୍ସିଜେନ ଦେବାର ଆବଶ୍ୟକତା ପଡ଼ୁ ନ ଥିବା ଏସ୍‌ସିବି ପକ୍ଷରୁ କୁହାଯାଇଛି। ସେ ରନ୍ଧା ଖାଦ୍ୟ ଖାଇବା ଆରମ୍ଭ କରିଛି।ଡାଏଟିସିଆନ୍‌ଙ୍କ ପରାମର୍ଶ କ୍ରମେ ବଳିଆକୁ ଦିନ ବେଳା ଖେଚୁଡ଼ି ଓ ରାତିରେ ସୁଜି ଗ୍ରାଇଣ୍ଡିଂ କରି ଖାଇବାକୁ ଦିଆ ଯାଉଛି। ତାର ଖାଦ୍ୟର ପରିମାଣ ମଧ୍ୟ ବଢ଼ାଇ ଦିଆଯାଇଛି। ୨୦୧୭ ଜୁଲାଇ ୧୪ ତାରିଖରେ କନ୍ଧମାଳ ଜିଲ୍ଲା ମିଲିପଡ଼ା ଗାଁର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କୁ ଦିଲ୍ଲୀ ଏମସ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅସ୍ତ୍ରୋପଚାର କରି ଦୁଇ ଶିଶୁଙ୍କୁ ଅଲଗା କରାଯାଇଥିଲା। ଚିକିତ୍ସା ପରେ ଦୁଇ ଭାଇ ଆରୋଗ୍ୟ ଲାଭ କରିଥିଲେ। ଦିଲ୍ଲୀ ଏମ୍ସରୁ ଓଡ଼ିଶା ଫେରିବା ପରେ ସେମାନଙ୍କୁ କଟକ ଏସ୍‌ସିବି ମେଡିକାଲ୍‌ ଭର୍ତ୍ତି କରାଯାଇଥିଲା। ଏବେ ସେମାନେ ଏସ୍‌ସିବିରେ ଚିକିତ୍ସିତ ହେଉଛନ୍ତି। ଦିଲ୍ଲୀରୁ ଆସିବା ପରେ ଜଗାର ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ ରହିଥିବା ବେଳେ ବଳିଆ ଗୁରୁତର ହୋଇପଡ଼ିଥିଲା ଏବଂ ତାକୁ ଭେଣ୍ଟିଲେଟରରେ ରଖାଯାଇଥିଲା।

Leave a Reply

Your email address will not be published. Required fields are marked *