ହୋଷ୍ଟ ଟିମ୍ ଆଗରେ ମାଟି କାମୁଡିଲା ୫ ଥର ବିଜେତା କଙ୍ଗାରୁ: ଦୀର୍ଘ ୨୭ ବର୍ଷ ପରେ ଫାଇନାଲରେ ଇଂଲଣ୍ଡ

ଶେଷରେ ଅଷ୍ଟ୍ରେଲିଆ ବିଶ୍ୱକପରୁ ବିଦା । ଶକ୍ତିଶାଳୀ କଙ୍ଗାରୁ ଟିମକୁ ୮ ୱିକେଟରେ ହରାଇ ଫାଇନାଲରେ ପହଞ୍ଚିଛି ହୋଷ୍ଟ ଟିମ୍ ଇଂଲଣ୍ଡ । ୧୯୯୨ ବିଶ୍ୱକପ ପରେ ପ୍ରଥମ ଥର ପାଇଁ ଇଂଲଣ୍ଡ ଫାଇନାଲରେ ପ୍ରବେଶ କରିଛି। ଇଂଲଣ୍ଡ ୨୭ ବର୍ଷ ପରେ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଛି। ସବୁଠୁ ବଡ କଥା ଏଥର ଏମିତି ଗୋଟିଏ ଟିମ୍ ବିଶ୍ୱକପ ବିଜେତା ହେବାକୁ ଯାଉଛି ଯେଉଁ ଟିମ୍ କେବେ ବିଶ୍ୱକପ ଜିତିନାହିଁ । ପ୍ରଥମ ଥର ପାଇଁ ବିଶ୍ୱକପ ହାତେଇବା ଲକ୍ଷ୍ୟ ନେଇ ଉଭୟ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଆସନ୍ତା ୧୪ ତାରିଖରେ ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ପଡିଆକୁ ଓହ୍ଲାଇବେ। ପ୍ରଥମ ସେମିରେ ଭାରତକୁ ହରାଇ ନ୍ୟୁଜିଲାଣ୍ଡ ଫାଇନାଲରେ ପ୍ରବେଶ କରିସାରିଛି ।ଇଂଲଣ୍ଡ ୨୭ ବର୍ଷ ପରେ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଛି।
ଏଜବାଷ୍ଟନରେ ଖେଳାଯାଇଥିବା ମ୍ୟାଚରେ କ୍ରିସ୍ ଓକ୍ସ ଓ ଜୋଫ୍ରା ଆର୍ଚରଙ୍କ ଘାତକ ବୋଲିଂ ବଳରେ ଇଂଲଣ୍ଡ ତା’ର ଚିରପ୍ରତିଦ୍ୱନ୍ଦ୍ୱୀ ଅଷ୍ଟ୍ରେଲିଆକୁ ୪୯ ଓଭରରେ ୨୨୩ ରନରେ ଅଲଆଉଟ୍ କରିଥିଲା। ଜବାବରେ ଇଂଲଣ୍ଡ ମାତ୍ର ୩୨.୧ ଓଭରରେ ୨ ୱିକେଟ୍ ହରାଇ ୨୨୬ ରନ୍ କରି ମ୍ୟାଚକୁ ଏକତରଫା ଭାବେ ଜିତି ଫାଇନାଲ ଟିକେଟ୍ ହାତେଇବାରେ ସଫଳ ହୋଇଛି। ଚଳିତ ବିଶ୍ୱକପରେ ଇଂଲଣ୍ଡ ଏପରି ଏକ ଟିମ୍ ଯିଏ ସେମିରେ ପହଞ୍ଚିଥିବା ଇଣ୍ଡିଆ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆକୁ ପ୍ରତିଯୋଗିତାରେ ହରାଇଛି ।

Leave a Reply

Your email address will not be published. Required fields are marked *