ଭୁବନେଶ୍ୱର(୧୦.୧୦.୨୫) : ଆସନ୍ତା ୧୨ ତାରିଖ ରବିବାର ଦିନ ଭୁବନେଶ୍ଵର ଠାରେ ହେବାକୁଥିବା ପ୍ରାନ୍ତିୟ ଆର୍ଯ୍ୟ ମହାସମ୍ମିଳନୀ ସହ ସାର୍ବଦେଶିକ ଆର୍ଯ୍ୟ ପ୍ରତିନିଧୂ ସଭା ପୂଜ୍ୟ ସ୍ଵାମୀ ଆର୍ଯ୍ୟବେଶଙ୍କ ଅଧ୍ଯକ୍ଷତାରେ କାର୍ଯ୍ୟକରୁଥିବା ଉତ୍କଳ ଆର୍ଯ୍ୟ ପ୍ରତିନିଧୂ ସଭା ଓ ଆର୍ଯ୍ୟ ସମାଜ, ଓଡ଼ିଶାର କୌଣସି ସମ୍ପର୍କ ନାହିଁ ବୋଲି ଆଜି ସ୍ଵାମୀ ବ୍ରହ୍ମାନନ୍ଦ ଭବନ ଠାରେ ଅଧ୍ଯକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟିକରଣରେ କହିଛନ୍ତି ।

ମହର୍ଷି ଦୟାନନ୍ଦଙ୍କ ୨୦୦ ବର୍ଷ ଜନ୍ମ ଜୟନ୍ତୀ ଓ ଆର୍ଯ୍ୟ ସମାଜ ପ୍ରତିଷ୍ଠାର ୧୫୦ ବର୍ଷ ପୂର୍ତ୍ତୀ ଉତ୍ସବକୁ ସମସ୍ତ ଧାର୍ମୀକ ଅନୁଷ୍ଠାନର ସମନ୍ବୟରେ ପାଳନ କରିବା ପାଇଁ ପରମହଂସ ସ୍ଵାମୀ ବ୍ରହ୍ମାନନ୍ଦଙ୍କ ଅଧ୍ଯକ୍ଷତାରେ ଏକ ରାଜ୍ୟ ସ୍ତରୀୟ କମିଟି ଗଠନ କରାଯାଇ, ମହାମହିମ ରାଷ୍ଟ୍ରପତିଙ୍କୁ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେବା ଦେବା ପାଇଁ ଭୁବନେଶ୍ଵର ରାଜଭବନ ଠାରେ ସାକ୍ଷାତକାର ସମୟରେ ନିବେଦନ କରାଯାଇଥିଲା । ଚଳିତ ବର୍ଷ ଡ଼ିସେମ୍ବର ମ୍ବର ଶେଷ ଶେଷ ସପ୍ତାହରେ ସ୍ଵାମୀ ବ୍ରହ୍ମାନନ୍ଦଙ୍କ ନେତୃତ୍ୱରେ ଭୁବନେଶ୍ଵର ଠାରେ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବ ବୋଲି ବେ ଡଃ ଜ୍ଞାନେନ୍ଦ୍ର ସୂଚନା ଦେଇଛନ୍ତି। ଏହି କମିଟିର ଏକ ପ୍ରସ୍ତୁତି ବୈଠକ ଖୁବ୍ ଶୀଘ୍ର ନିଗମ କଳ୍ପତରୁ ଆଶ୍ରମ, ରୁଦ୍ରପୁର, ହସଂପାଳ ଠାରେ ଅନୁଷ୍ଠିତ ହୋଇ ଆଗାମୀ କାର୍ଯ୍ୟପନ୍ଥା ନିଷ୍ପଭି ହେବ। ଏହି କମିଟିରେ ସ୍ଵାଗତ କମିଟିର କାର୍ଯ୍ୟକାରୀ ଅଧ୍ଯକ୍ଷ ଡଃ ବଦ୍ରୀନାଥ ପଟ୍ଟନାୟକ ଥୂବାବେଳେ ସମ୍ପାଦକ ପଣ୍ଡିତ ବିନୋଦ ବିହାରୀ ଦାସ ଓ କୋଷାଧ୍ୟକ୍ଷ ବ୍ରହ୍ମଚାରୀ ଆନନ୍ଦ ଚୈତନ୍ୟ ରହିଛନ୍ତି।