ଅନନ୍ୟ ଅନୁପମା: ବିଶ୍ୱ ପଦକ ଧରି ଓଡ଼ିଶା ଫେରିବା ପରେ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା

ଦକ୍ଷିଣ କୋରିଆରେ ଅନୁଷ୍ଠିତ ହୋଇଯାଇଥିବା ବିଶ୍ୱ ମାର୍ଶଲଆର୍ଟ ମାଷ୍ଟରସିପ୍‌ ପ୍ରତିଯୋଗିତାରେ ଓଡ଼ିଆ ଝିଅଙ୍କ କମାଲ ଦେଖିଲା ସାରା ବିଶ୍ୱ। ଭାରତରୁ ଏକମାତ୍ର ଖେଳାଳି ଭାବେ ଉତ୍କଳ କରାଟେ ସ୍କୁଲର ଅନୁପମା ସ୍ୱାଇଁ ଏହି ପ୍ରତିଯୋଗିତାରେ ଭାଗନେଇ ପାଇଛନ୍ତି ସଫଳତା। ଫଳରେ ଅନୁପମାଙ୍କୁ  2022 ଏସିଆନ୍ ଗେମ୍ସରେ ଜୁଜୁଟ୍‌ସୁ ନିମନ୍ତେ ପ୍ରାରମ୍ଭିକ ଭାବେ ମନୋନୟନ କରାଯାଇଛି। ବିଶ୍ୱ ମାର୍ଶଲଆର୍ଟ ମାଷ୍ଟରସିପ୍‌ ପ୍ରତିଯୋଗିତାରେ ସେ ବ୍ରୋଞ୍ଜ ପଦକ ହାସଲ କରି ଦେଶକୁ ଗୌରାବନୀତ କରି ଓଡ଼ିଶା ଫେରିଛନ୍ତି। ଅନୁପମା ଓଡ଼ିଶା ଫେରିବା ପରେ ତାଙ୍କୁ ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ସ୍କୁଲ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ପଦକ ହାସଲ କରି ଓଡ଼ିଶା ଫେରିବା ପରେ ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଏତେ ବଡ଼ ପ୍ରତିଯୋଗିତାରେ ନିଜ ଦେଶ ପାଇଁ ପଦକ ହାସଲ କରିଥିବାରୁ ମୁଁ ବହୁତ ଖୁସି। ଏହାସହ ଏହି ସଫଳତା ପାଇଁ ଉତ୍କଳ କରାଟେ ସ୍କୁଲ ଓ ଏହି ସ୍କୁଲର ସମ୍ପାଦକ ଡ଼ ହରିପ୍ରସାଦ ପଟ୍ଟନାୟକଙ୍କୁ ସେ ସବୁତକ ଶ୍ରେୟ ଦେଇଛନ୍ତି।

Leave a Reply

Your email address will not be published. Required fields are marked *