ବଳତ୍କାରୀକୁ ମିଳିବ ମୃତ୍ୟୁ ଦଣ୍ଡ। ଆନ୍ଧ୍ର ପ୍ରଦେଶ ସରକାର ବଳତ୍କାରୀଙ୍କ ପାଇଁ କଠୋର ପଦକ୍ଷେପ ଉଠାଇଛନ୍ତି। ଶୁକ୍ରବାର ଆନ୍ଧ୍ର ପ୍ରଦେଶ ବିଧାନସଭାରେ ଏନେଇ ଦିଶା ବିଲ୍ ଗୃହୀତ ହୋଇଛି। ବଳାତ୍କାର ମାମଲାରେ ଦୋଷୀଙ୍କୁ ମୃତ୍ୟୁ ସଜା ଲାଗି ପ୍ରାବଧାନ କରିବାରେ ଆନ୍ଧ୍ର ପ୍ରଦେଶ ଦେଶର ପ୍ରଥମ ରାଜ୍ୟ ହୋଇଛି। ଏହି ବିଧେୟକ ଆଧାରରେ ବଳାତ୍କାର ଓ ଗଣବଳାତ୍କାର ଅପରାଧରେ ତଦନ୍ତ ଏବଂ ଟ୍ରାଏଲ ଶୀଘ୍ର ସାରି ୨୧ ଦିନରେ ଦୋଷୀକୁ ଫାଶି ଦଣ୍ଡ ଦେବାର ପ୍ରାବଧାନ ରହିଛି। ଏହା ପୂର୍ବରୁ ବୁଧବାର ରାଜ୍ୟ ମୁଖ୍ୟମନ୍ତ୍ରୀ ଓ୍ଵାଇଏସ ଜଗନମୋହନ ରେଡ୍ଡୀଙ୍କ ନେତୃତ୍ଵରେ କ୍ୟାବିନେଟ୍ ଦିଶା ବିଲକୁ ମଞ୍ଜୁରୀ ଦେଇଥିଲା। ହାଇଦ୍ରାବାଦରେ ନିକଟରେ ପ୍ରାଣୀ ଚିକିତ୍ସିକାଙ୍କ ଗଣବଳାତ୍କାର ଓ ଜଘନ୍ୟ ହତ୍ୟା ଘଟଣା ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଥିଲା।