ଆଉ ଏକ ଦାନ ମାଝି

କିଛିଦିନ ତଳେ କଳାହାଣ୍ଡି ଜିଲ୍ଲା ଦାନ ମାଝୀ ସ୍ତ୍ରୀ ଶବ ବୁହା ଘଟଣାରେ ଓଡ଼ିଶା ଲଜ୍ଜିତ ହୋଇଥିଲା। ଏହି କଥା ଲୋକଙ୍କ ମନରୁ ଲିଭି ନଥିବା ବେଳେ ଆଉ ଏକ ଘଟଣା ଦେଖିବାକୁ ମିଳିଛି । ପୁଣି ସେହି କଳାହାଣ୍ଡି ଜିଲ୍ଲ। ଥୁଅମୂଳ ରାମପୁର ବ୍ଲକର ପାଣିଗୁମାରେ ଏଭଳି ଅବାବନୀୟ ଘଟଣା ଘଟିଛି। ଆମ୍ବୁଲାନ୍ସ ନଥିବାରୁ ସ୍ତ୍ରୀ ମୃତ ଦେହକୁ ଏକ ବାଡି ସାହାଜ୍ୟରେ ବୋହି ବୋହି ୫ କିମି ଆଣିଛନ୍ତି ତାଙ୍କ ସ୍ୱାମୀ। ମୃତ ମହିଳା ଜଣକ ବାଲିସରା ଗାଁର ବୋଲି ଜଣାପଡିଛି। ଏକ ବାଡ଼ି ସାହାଯ୍ୟରେ ପ୍ରାୟ 5 କିଲୋମିଟର ବୋହିନେବା ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି । ସୂଚନାଯୋଗ୍ୟ ଯେ ସେ ଅଞ୍ଚଳରେ କୌଣସି ଆମ୍ବୁଲାନ୍ସ ସେବା ସମ୍ଭବ ନଥିବାରୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ହୋଇପାରି ନଥିବାବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ଫୋନ ଉଠଉନାହାନ୍ତି। କିନ୍ତୁ କଳାହାଣ୍ଡିରେ ଏହି ଘଟଣା କୁନେଇ ଅନେକ ମହଲରେ ନିନ୍ଧା କରାଯାଉଛି।

Leave a Reply

Your email address will not be published. Required fields are marked *