ମାର୍ଚ୍ଚ ୩୧ ନୁହେଁ ଏପ୍ରିଲ ୧୫ ପର୍ଯ୍ୟନ୍ତ ବଢିଲା ଓଡ଼ିଶାରେ କଟକଣା

କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଅନେକ ପ୍ରକାର ପଦେକ୍ଷପ ଗ୍ରହଣ କରିଛନ୍ତି। ଲୋକଙ୍କୁ ସଂଜମାତ ରକ୍ଷାକରିବା ସହ ସଚେତନ ରହିବା ପାଇଁ ସରକାର ପରାମର୍ଶ ଦେଇଆସୁଛନ୍ତି। କରୋନା ଭଳି ବିପର୍ଯ୍ୟୟର ମୁକାବିଲା ପାଇଁ ପୂର୍ବରୁ ଆସନ୍ତା ୩୧ ପର୍ଯ୍ୟନ୍ତ ବିଭିନ୍ନ କଟକଣା ଲଗାଯାଇଥିବା ବେଳେ ଏବେ ଏହାକୁ  ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ମଲ ବନ୍ଦ କରାଯିବା ସହ ଜନଗହଳି ସ୍ଥାନରେ ୧୪୪ ଧାରା ଜାରି କରାଯାଇଥିଲା।  ତେବେ ଏହି ସମସ୍ତ କଟକଣାକୁ ଆସନ୍ତା ଏପ୍ରିଲ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ସରକାର। ମୁଖ୍ୟମନ୍ତ୍ରୀ ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି। ଏହାସହ ସେ ସମସ୍ତଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତ।

Leave a Reply

Your email address will not be published. Required fields are marked *