ଏଥର ଦୁର୍ଗାପୂଜା ଧୋଇଯିବାର ସମ୍ଭାବନା ଅଧିକ, ଚିନ୍ତାରେ ପୂଜା କମିଟି

ମାଡ଼ ଖାଇଯିବ କି ଏଥର ଦୂର୍ଗାପୂଜା? ଏଭଳି ଚିନ୍ତା ଏବେ ସମସ୍ତଙ୍କୁ ଘାରିଛି। ବର୍ଷା ଯୋଗୁ ଏଥର ଦୁର୍ଗାପୂଜା ଧୋଇଯିବାର ସମ୍ଭାବନା ଦେଖାଦେଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ରହିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। ଆଜି ମଧ୍ୟ ରାଜଧାନୀ ଭୁବନେଶ୍ୱର ସାଙ୍ଗକୁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ରେକର୍ଡ କରାଯାଇଛି। ଆଜି ମା’ଙ୍କର ଅଷ୍ଟମୀ ପୂଜା ଥିବା ବେଳେ ନବମୀ, ଦଶମୀ, ରାବଣ ପୋଡି ସାଙ୍ଗକୁ ଭଷାଣି କାର୍ଯ୍ୟକ୍ରମ ବାକି ରହିଛି।  ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଅନେକ ପୂଜା କମିଟି ବିଶାଳ ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗର ଲାଇଟରେ ସମଗ୍ର ଅଞ୍ଚଳକୁ ସୁସଜ୍ଜିତ କରିଛନ୍ତି। ହେଲେ ବର୍ଷା ହେଲେ ଏଥର ଦୁର୍ଗାପୂଜା ଧୋଇଯିବାର ଅଶଙ୍କା ଦେଖାଦେଇଥିବାରୁ ପୂଜା କମିଟିମାନଙ୍କ ଚିନ୍ତା ବଢି ଯାଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚାନା ଅନୁସାରେ. ମୟୂରଭଞ୍ଜ, କେନ୍ଦୁଝର, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ବୌଦ୍ଧ, ବଲାଙ୍ଗୀର, ଗଜପତି ଗଞ୍ଜାମ, କୋରାପୁଟ, ମାଲକାନଗିରି, କଳାହାଣ୍ଡି, ଖୋର୍ଦ୍ଧା, କଟକ, ନୟାଗଡ଼, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ୱର ଓ ଭଦ୍ରକ ଆଦି ଜିଲ୍ଲାର ଅନେକ ସ୍ଥାନରେ ବର୍ଷା ସହ ବଜ୍ରପାତ ଆଶଙ୍କା କରାଯାଉଛି।

Leave a Reply

Your email address will not be published. Required fields are marked *