ବିଜେପି ବିଧାୟକଙ୍କୁ ମହଙ୍ଗା ପଡିଲା ଗୁଣ୍ଡାଗର୍ଦ୍ଦି: ସରକାରୀ ଅଧିକାରୀଙ୍କୁ ବ୍ୟାଟରେ ପିଟି ହେଲେ ଗିରଫ

ବିଜେପି ବିଧାୟକଙ୍କ ଗୁଣ୍ଡାଗର୍ଦ୍ଦି: ନିଗମ ଅଧିକାରୀଙ୍କୁ ଗୋଡାଇ ଗୋଡାଇ ବ୍ୟାଟରେ ପିଟିଲେ ଆକାଶ ବିଜୟବର୍ଗୀୟ। ବିଜେପିର ବରିଷ୍ଠ ନେତା କୈଳାଶ ବିଜୟବର୍ଗୀୟଙ୍କ ପୁଅ ଆକାଶ ବିଜୟବର୍ଗୀୟଙ୍କ ଦାଦାଗିରି ତାଙ୍କୁ ମହଙ୍ଗା ପଡ଼ିଛି । ପ୍ରଥମଥର ପାଇଁ ରାଜନୀତିରେ ପାଦ ଥାପିଥିବା ଆକାଶ ଇନ୍ଦୋର-୩ ନୂତନ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

ପୋଲିସ ଆକାଶଙ୍କୁ ଉକ୍ତ ଘଟଣାରେ ଗିରଫ କରିଛି । ଘଟଣାନୁଯାୟୀ ମୁନିସିପାଲ କୋର୍ପୋରେସନ ଅଫିସରଙ୍କୁ ବିଚ୍ ରାସ୍ତାରେ ପୋଲିସ ଓ ମିଡିଆ ଉପସ୍ଥିତିରେ ବ୍ୟାଟରେ ନିସ୍ତୁକ ମାଡ଼ ମାରିଛନ୍ତି । ଧୀରେନ୍ଦ୍ର ବିୟାସ ଓ ଅସିତ ଖରେଙ୍କ ନେତୃତ୍ବରେ ଏକ ମୁନିସିପାଲ କୋର୍ପୋରେସନର ଏକ ଅଧିକାରୀ ଟିମ ଆଣ୍ଟି-ଏନକ୍ରୋଚମେଣ୍ଟ ବିରୋଧରେ ଗଞ୍ଜି କପାଉଁଣ୍ଡ ଅଞ୍ଚଳରେ ତଦାରଖ କରୁଥିଲେ । ପାଞ୍ଚ ମିନିଟରେ ସେହି ଅଞ୍ଚଳ ଛାଡ଼ିବାକୁ ଆକାଶ ଓ ତାଙ୍କ ସମର୍ଥକ ମୁନିସିପାଲ କୋର୍ପୋରେସନ ଅଧିକାରୀଙ୍କୁ କହିଥିଲେ । ଏହା ସତ୍ତ୍ବେ ଅଧିକାରୀମାନେ ନ ଯିବାରୁ ବିଧାୟକ ଆକାଶ ଧମକପୂର୍ଣ୍ଣ ଭାବେ ତାଙ୍କୁ ଫୋନ କରିଥିଲେ । ଫୋନରେ କହିଥିଲେ , ତମେ ଏରିଆ ଛାଡ଼ ନହେଲେ ଅବସ୍ଥା ଖରାପ ହେବ, ଏହିଭଳି ଭାବେ କହିଥିଲେ । ଅଧିକାରୀମାନେ ବିଧାୟକଙ୍କ କଥାକୁ ଖାତିର ନକରି ନିଜ କାମ କରୁଥିଲେ

Leave a Reply

Your email address will not be published. Required fields are marked *