ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ଭଦ୍ରକୁ ଜଣେ ସଂକ୍ରମିତ ହୋଇଥିବା ଟ୍ୱିଟ୍ କରି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି। ଚତୁର୍ଥ କରୋନା ଆକ୍ରାନ୍ତଙ୍କ ନିକଟରେ କରୋନାର କୌଣସି ଜଟିଳ ଲକ୍ଷଣ ଦେଖିବାକୁ ମିଳିନଥିଲା। କିନ୍ତୁ ଟେଷ୍ଟ ପରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ଏହାପରେ ଓଡ଼ିଶାରେ ଆହୁରି ସଂକ୍ରମିତଙ୍କ ସଂଖ୍ୟା ବଢ଼ିବ ଆଶା କରାଯାଉଛି। କିଛି ଦିନ ତଳେ ଦିଲ୍ଲୀରେ ହୋଇଥିବା ନିଜାମୁଦ୍ଦିନ ଧାର୍ମିକ ସମାବେଶ ଓଡ଼ିଶାରୁ 15 ଜଣ ଲୋକ ସାମିଲ ହୋଇଥିବା ଖବର ଜଣାପଡ଼ିବା ପରେ ଏବେ ସନ୍ଦେହ ବଢିଛି। ନିଜାମୁଦ୍ଦିନ ସ୍ଥିତ ତବଲିଗ ମରକଜରେ ସଂକ୍ରମିତ ଚିହ୍ନଟ ହେବା ଘଟଣା ଦେଶବାସୀଙ୍କ ନିଦ ଉଡାଇ ଦେଇଛି। ନିଜାମୁଦ୍ଦିନରେ ଅନୁଷ୍ଠିତ ଏକ ଧାର୍ମିକ ସମ୍ମିଳନୀରୁ ଫେରିଥିବା କିଛି ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିବ ବେଳେ ଅନ୍ୟ କିଛି ଲୋକଙ୍କୁ ଖୋଜା ଚାଲିଛି। ଏହାସହ ନିଜାମୁଦ୍ଦିନରୁ ଫେରିଥିବା ଲୋକ ଯେଉଁମାନଙ୍କ ସହ ମିଶିଛନ୍ତି ସେମନଙ୍କୁ ଟ୍ରାକ କରାଯାଇ କ୍ୱାରେଣ୍ଟାଇନରେ ରଖିବାକୁ ଉଦ୍ୟମ ଆରମ୍ଭ ହୋଇଛି।