ଦୀର୍ଘ 10 ମାସ ପରେ ଆଜି ଖୋଲୁଛି ସିନେମା ହଲ, ଜାଣନ୍ତୁ ରାଜଧାନୀରେ କେଉଁ ହଲରେ କେଉଁ ଫିଲ୍ମ ପଡ଼ିଛି

ଧିରେ ଧିରେ ସ୍ବାଭାବିକ ହେଉଛି ସିଟି ଲାଇଫ୍। ଆଜିଠୁ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଖୋଲିବ ସିନେମା ହଲ୍। ତେଣୁ ସିନେମା ହଲ୍ ଖୋଲିବାକୁ ସଜବାଜ ହେଉଛନ୍ତି ହଲ୍ ମାଲିକ। ହଲ୍ ଗୁଡିକୁ ସାନିଟାଇଜ୍ କରାଯାଇଛି। ଦର୍ଶକମାନେ ହଲ୍ ଏଣ୍ଟ୍ରି କରିବା ପୂର୍ବରୁ ଥର୍ମାଲ ସ୍କାନିଂ ସହ ମାସ୍କ ସାନିଟାଇସେନ୍ ଗ୍ଲୋବସ୍ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ମୋଟ୍ ୫୦ ପ୍ରତିଶତ ହିସାବରେ ପ୍ରତ୍ୟେକ ସିଟ୍ ରୁ ଗୋଟିଏ ଲେଖାଁଏ ସିଟ୍ ଛାଡି ଦର୍ଶକମାନେ ସିନେମା ହଲରେ ବସିପାରିବେ। ତେବେ ହଲ୍ ଖୋଲୁଥିବାରୁ ରାଜଧାନୀବାସୀଙ୍କ ମନରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି।ତେବେ ସବୁଠି କୋଭିଡ୍ ନିୟମ ପାଳନକୁ କଡାକଡି କରାଯାଇଛି । ରାଜ୍ୟସରକାରଙ୍କ ଅନୁମତି ପରେ ଆଜି ଠାରୁ ରାଜଧାନୀରେ କିଛି ସିନେମା ହଲ ଖୋଲିବାକୁ ଯାଉଛି। ହେଲେ ଏବେ କିଛି ନୂଆ ସିନେମା ନଥିବାରୁ ପୂରୁଣା ଫିଲ୍ମ ସହ ସିନେମା ହଲ ଖୋଲିବାକୁ ଯାଉଛି। ଆଜି ରାଜଧାନୀରେ ହିନ୍ଦି, ଇଂରାଜୀ ଓ ତେଲୁଗୁ ଫିଲ୍ମ ଦେଖିବାକୁ ପାଇବେ ଦର୍ଶକ। ହଲିଉଡ ପିଲ୍ମ ୱାଣ୍ଡର ୱିମ୍ୟାନ-1984 ଉଭୟ ଇଂରାଜୀ ଓ ହିନ୍ଦି ଭାଷାରେ ବିଭିନ୍ନ ପ୍ରେକ୍ଷାଳୟରେ ଦର୍ଶକ ଦେଖିବାକୁ ପାଇବେ। ସେହିପିରି ଇନ୍ଦୁ କି ଜୱାନୀ ଓ ସୁରଜ ପର ମଙ୍ଗଲ ଭାରୀ ଭଳି ଫିଲ୍ମ ବଡ଼ ପରଦାରେ ଦର୍ଶକ ଦେଖିବେ। ଆଜି ରାଜଧାନୀରେ ସିନେପଲିସ ଓ ସିମ୍ଫୋନୀ ମଲ, ରିଗାଲିଆ ମଲ, ମହାରାଜା ହଲ ଓ କେଶରୀ ଟକିଜ୍ ଖୋଲିବାକୁ ଯାଉଛି। କେଶରୀ ଟକିଜ୍, ମହାରାଜା ହଲ, ରିଗାଲିଆ ମଲ, ସିନେପଲିସ ଓ ସିମ୍ଫୋନୀ ମଲରେ ୱାଣ୍ଡର ୱିମ୍ୟାନ-1984 ଫିଲ୍ମ ଉଭୟ ହିନ୍ଦି ଓ ଇଂରାଜୀ ଭାଷାରେ ଏକାଧିକ ଥର ଚାଲିବ। ସେହିପରି ଇନ୍ଦୁକି ଜୱାନୀ ଫିଲ୍ମ ରିଗାଲିଆ ମଲ, ସିନେପଲିସ ଓ ସିମ୍ଫୋନୀ ମଲରେ ଦର୍ଶକ ଦେଖିପାରିବେ। ସୁରଜ ପର ମଙ୍ଗଲ ଭାରି ଫିଲ୍ମ ରିଗାଲିଆ ମଲ, ସିନେପଲିସ ଓ ସିମ୍ଫୋନୀ ମଲ ସାଙ୍ଗକୁ କେଶରୀ ଟକିଜରେ ମଧ୍ୟ ଦେଖିବାକୁ ପାଇବେ ଦର୍ଶକ।

Leave a Reply

Your email address will not be published. Required fields are marked *