ଜମ୍ମୁ-କାଶ୍ମିରରେ କିଛି ବଡ଼ ଘଟଣା ଘଟିବ? ଅମରନାଥ ଯାତ୍ରା ଅଧାରୁ ବାତିଲ୍

ଜମ୍ମୁ କାଶ୍ମିରରେ କିଛି ବଡ଼ ଧରଣର ଘଟିବାକୁ ଯାଉଛି କି। ଏଭଳି ପ୍ରଶ୍ନ ଏବେ ସାରା ଦେଶବାସୀଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି। ଜମ୍ମୁ-କଶ୍ମୀର ପ୍ରଶାସନ ଆକ୍ସନ ମୋଡ୍‌କୁ ଚାଲି ଆସିଛି। ଅମରନାଥ ଯାତ୍ରାରେ ସାମିଲ ଥିବା ଶ୍ରଦ୍ଧାଳୁଙ୍କୁ ଯଥାଶୀଘ୍ର ଯାତ୍ରା ଶେଷ କରି ଫେରିଯିବାକୁ ନିର୍ଦ୍ଦେଶ ଦିଆଯାଇଛି। କେବଳ ଏତିକି ନୁହେଁ ଏହା ପୂର୍ବରୁ ଜମ୍ମୁ ଓ କାଶ୍ମୀରରେ ଭାରତ ସରକାର ହଠାତ୍ ଅତିରିକ୍ତ ସୁରକ୍ଷାବଳ ମୃତୟନ ବଢାଇଦେଇଛନ୍ତି । ପୂର୍ବରୁ କାଶ୍ମୀରରେ ପ୍ରାୟ ୬୫ ହଜାର ସିଆରପିଏଫ ସୈନିକ, ୨୦ ହଜାର ଅନ୍ୟ ସୁରକ୍ଷାବଳ ଓ ସେନା ରହିଛନ୍ତି । ପ୍ରଥମେ ୧୦ ହଜାର ଓ ଗତ କାଲି ଆଉ ପ୍ରାୟ ୨୮ ହଜାର ସିଆରପିଏଫ ମୁତୟନକୁ ନେଇ କାଶ୍ମୀରରେ ଚିନ୍ତା ପ୍ରକାଶ ପାଇଛି । ସାରା ଦେଶରେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ଜାରି ରହିଛି । କୁହାଯାଉଛି ଅମରନାଥ ଯାତ୍ରାରେ ସାମିଲ ଥିବା ଶ୍ରଦ୍ଧାଳୁଙ୍କ ଉପରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀମାନେ ଆକ୍ରମଣ କରିବାର ଆଶଙ୍କା ଦେଖାଦେଇଛି। ଆଜି ଏକ ସ୍ନାପର ଗନ୍ ଅମରନାଥ ଯାତ୍ରା ପଥରେ ସୁରକ୍ଷାବଳକୁ ମିଳିଥିଲା। ଏହାସହ ଗୁଇନ୍ଦା ବିଭାଗ ମଧ୍ୟ ଏଥିପାଇଁ ପୂର୍ବରୁ ଗୃହ ମନ୍ତ୍ରଣାଳୟକୁ ସତର୍କ କରିସାରିଛି। ଏଥିପାଇଁ ଏଭଳି ପଦେକ୍ଷପ ନେଇଛି ଗୃହ ବିଭାଗ। ସେପଟେ ବାସ୍ତବରେ ଏହାର ସତ୍ୟାସତ କଣ କେହି କହିବାକୁ ନାରାଜ। ସେପଟେ ଅନ୍ୟ ଏକ ଦିଗକୁ ଲକ୍ଷ୍ୟ କଲେ କୁହାଯାଉଛି, ସରକାରା ଖୁବଶୀଘ୍ର ଜମ୍ମୁ କାଶ୍ମିରରେ ଧାରା 35-ଏ ଉଚ୍ଛେଦ କରିବା ପାଇଁ ବିଲ୍ ଆଣିବାକୁ ଯାଉଛନ୍ତି। ଏହା କାରଣରୁ ଆଇନଶୃଙ୍ଖଳା ପରିସ୍ଥିତି ଖରାପ ହୋଇପାରେ। ତେଣୁ ଏସବୁ ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇପାରିଥାଏ।   

Leave a Reply

Your email address will not be published. Required fields are marked *