ଶେଷରେ ଜେଲରୁ ବାହାରିଲେ ସାରଥି ବାବା, ଜାଣନ୍ତୁ କ’ଣ କ’ଣ କରିବାକୁ ମନା କରିଛନ୍ତି କୋର୍ଟ

ଶେଷରେ ଜେଲରୁ ମୁକୁଳିଲେ ସାରଥି ଓରଫ୍ ସନ୍ତୋଷ ରାଉଳ। ଗୁରୁବାର ସନ୍ଧ୍ୟାରେ ସେ ଜେଲରୁ ମୁକୁଳିଛନ୍ତି। ଦୀର୍ଘ ୪ ବର୍ଷ ପରେ ଜେଲରୁ ବାହାରିଛନ୍ତି। ହାଇକୋର୍ଟଙ୍କ ଜାମିନ ଆଦେଶକୁ କେନ୍ଦ୍ରାପଡ଼ା SDJM କୋର୍ଟରେ ଦାଖଲ କରାଯାଇଥିଲା।  ସେଠାରୁ ଚୌଦ୍ୱାରଜେଲକୁ ରିଲିଜ ଅର୍ଡର୍ ଯାଇଥିଲା। ଏହି ଅର୍ଡ଼ର ଆସିବା ପରେ ଜେଲରୁ ବାହାରିଛନ୍ତି ସାରଥି । ପୂର୍ବରୁ ୨ଟି ମାମଲାରେ ତାଙ୍କୁ ଜାମିନ ମିଳି ସାରିଥିଲେ ବି କେନ୍ଦ୍ରାପଡ଼ା SDJM ଅଦାଲତରେ ବିଚାରାଧୀନ ମାମଲାରେ ଜାମିନ ମିଳି ନ ଥିବାରୁ ଜେଲରେ ରହି ଆସୁଥିଲେ ସାରଥି। କିନ୍ତୁ ଏହି ମାମଲାରେ ଜାମିନ ମିଳିବାର ତିନି ଦିନ ବିତି ଯାଇଥିଲେ ମଧ୍ୟ ସାରଥି ଜେଲରୁ ମୁକୁଳି ପାରିନଥିଲେ । ତେବେ ଆଜି ରିଲିଜ୍ ଅର୍ଡର ପହଞ୍ଚିବାରୁ ଶେଷରେ ଚୌଦ୍ୱାର ଜେଲରୁ ମୁକୁଳିଛନ୍ତି ସାରଥୀ । ସାକ୍ଷୀଙ୍କୁ ପ୍ରଭାବିତ ନ କରିବା ସହ ସାରଥିଙ୍କୁ ବାରିମୂଳ ଆଶ୍ରମ ଯିବାକୁ ମନା କରିଛନ୍ତି ଅଦାଲତ। ଏହାସହ ତଦନ୍ତକାରୀ ଅଧିକାରୀଙ୍କୁ ପୂର୍ଣ୍ଣମାତ୍ରାରେ ସହଯୋଗ କରିବେ ଏବଂ ସାଧାରଣ ସ୍ଥାନରେ ଧର୍ମ ସଭା କରିବାକୁ ମନା କରିଛନ୍ତି କୋର୍ଟ। ୨ ଲକ୍ଷ ଟଙ୍କା ଓ ୨ ଜାମିନଦାରଙ୍କ ବଦଳରେ କୋର୍ଟ ଜାମିନ ଦେଇଛନ୍ତି।

Leave a Reply

Your email address will not be published. Required fields are marked *