Skip to content
ସଫଳତାର ସହ ରାଜ୍ୟଗୋଷୀ ଟେବୁଲ ଟେନିସର ଆୟୋଜନ ପରେ ଓଡ଼ିଶା କ୍ରୀଡ଼ା ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡି ହୋଇଛି। 21ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସର ସଫଳ ଆୟୋଜନ ପରେ ଏହାକୁ ନେଇ ପ୍ରଶଂସା ସାଉଁଟିଛି ରାଜ୍ୟ କ୍ରୀଡ଼ା ବିଭାଗ। କେବଳ ରାଜ୍ୟରେ ନୁହେଁ ଦେଶ ତଥା ଦେଶ ବାହାରେ ମଧ୍ୟ ଓଡ଼ିଶା ସରକାରଙ୍କ ପ୍ରୟାସକୁ ସଲାମ୍ କରାଯାଇଛି। ଖୁବ୍ କମ ଦିନ ଭିତରେ ଏତେ ବଡ ପ୍ରତିଯୋଗିତାର ସଫଳ ଆୟୋଜନ କିପରି କରାଯାଇ ପାରିଲା ତାକୁ ନେଇ ଅନେକ ମଧ୍ୟ ଆଶ୍ଚର୍ଯ୍ୟ ହେଉଛନ୍ତି। ହେଲେ କଠିନ ପରିଶ୍ରମ ଓ ନିଷ୍ଠା ବଳରେ ଅସମ୍ଭବକୁ ସମ୍ଭବ କରିହୁଏ ଏକଥା ପୁଣି ଥିରେ ପ୍ରମାଣ କରି ଦେଖାଇଛନ୍ତି କ୍ରୀଡ଼ା ସଚିବ ବିଶାଲ ଦେବ ଓ କ୍ରୀଡ଼ା ନିର୍ଦ୍ଦେଶକ ଭିନୀଲ କ୍ରୀଷ୍ଣା। ଅନ୍ୟପଟେ ନୂଆ କ୍ରୀଡ଼ାମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଏହା ଥିଲା ତୁଷାରକାନ୍ତି ବେହେରାଙ୍କ ପ୍ରଥମ ଅନ୍ତର୍ଜାତୀୟ ଇଭେଣ୍ଟ। ଯାହାକୁ ବେଶ ଗୁରୁତ୍ୱର ସହ ନେଇ ସଫଳ କରିବାକୁ ଚେଷ୍ଟା କରିଥିଲେ କ୍ରୀଡ଼ାମନ୍ତ୍ରୀ । ଅନ୍ତର୍ଜାତୀୟ ଟେବୁଲ ଟେନିସ ଫେଡରେସନର ମଧ୍ୟ ରାଜ୍ୟସରକାର ଓ କ୍ରୀଡ଼ା ବିଭାଗକୁ ପ୍ରଶଂସାରେ ପୋତି ପକାଇଛି। ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଥିବା ରାଜ୍ୟଗୋଷ୍ଠୀ ଟିଟିରେ ଯେଉଁ ଭଳି ଖେଳାଳି ମାନଙ୍କୁ ରହିବା ଖାଇବା ଓ ଯିବା ଆସିବା ପାଇଁ ରାଜ୍ୟସରକାର ବନ୍ଦୋବସ୍ଥ କରିଥିଲେ ତାହା ଟେବୁଲ ଟେନିସ ଫେଡରେସନ ପସନ୍ଦ କରିଥିବା କହିଛି।