ସମ୍ବଲପୁର ବିଶ୍ୱବିଦ୍ୟାଳୟର ମନମୁଖୀ ନୀତି: ଅନ୍ଧାରରେ ଅନେକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

ସମ୍ବଲପୁର ବିଶ୍ୱବିଦ୍ୟାଳୟର ମନମୁଖୀ ନୀତି ପାଇଁ ଅନେକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧାର ଘେରରେ। ଚଳିତ ଶିକ୍ଷା ବର୍ଷ ପାଇଁ ଉଚ୍ଚଶିକ୍ଷା କ୍ଷେତ୍ରରେ ଜୁଲାଇ ସୁଦ୍ଧା ସମସ୍ତ ଆଡିମିଶନ ଶେଷ ହେଉଥିବା ବେଳେ ଏପର୍ଯ୍ୟନ୍ତି ଏହି ବିଶ୍ୱବିଦ୍ୟାଳୟ ଅଧିନରେ (ବ୍ୟାକ୍) ପରୀକ୍ଷା ଦେଇଥିବା ଅନେକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ବାହାରି ନାହିଁ। ଫଳରେ ଉଚ୍ଚ ଶିକ୍ଷା ପାଇଁ ଅପେକ୍ଷା କରିଥିବା ଅନେକ ଛାତ୍ରଛାତ୍ରୀ କେଉଁଠି ଆଡିମିଶନ କରିପାରୁନାହାଁନ୍ତି। ଏନେଇ ଛାତ୍ରଛାତ୍ରୀମାନେ ବାରମ୍ବାର କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହେଲେ ମଧ୍ୟ କେହି ଶୁଣିବାକୁ ନାରାଜ। ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟରେ ଆଡିମିଶନ ଶେଷ ହେବାକୁ ଯାଉଥିବା ବେଳେ ଏପର୍ଯ୍ୟନ୍ତ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧିନରେ ଥିବା (ବ୍ୟାକ୍) ପରୀକ୍ଷା ଫଳ ନବାହାରିବା ଘଟଣା ଅନେକ ଛାତ୍ରଛାତ୍ରୀଙ୍କୁ ଚିନ୍ତାରେ ପକାଇଛି। ଏପରି ସ୍ଥିତିରେ ଖୁବଶୀଘ୍ର ଯଦି ବ୍ୟାକ୍ ପରୀକ୍ଷା ଫଳ ନବାହାରେ ତେବେ ଏହି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଚାଲିଯିବ ଏବଂ ଏଥିପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ପରୀକ୍ଷା ଫଳ ଅପେକ୍ଷାରେ ଥିବା ଛାତ୍ରଛାତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *