ପୁଣି ଶବରୁ ଆଖି ଗାଏବ ଥିବା ଅଭିଯୋଗ ଆସିଛି । ଏଭଳି ଘଟଣା ଅନୁଗୁଳ ଡାକ୍ତରଖାନାରେ ଦେଖିବାକୁ ମିଳିଛି। ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଜଣେ ବ୍ୟକ୍ତିଙ୍କର ହସ୍ପିଟାଲରେ ଆଖି ତାଡ଼ି ନିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଦୁର୍ଘଟଣା ପରେ ତାଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ଅନୁଗୁଳ ମେଡ଼ିକାଲ ଅଣାଯାଇ ରଖାଯାଇଥିଲା । ଆଜି ସକାଳେ ଶବକୁ ପୋର୍ଷ୍ଟମର୍ଟମ ପାଇଁ ନିଆଯିବା ବେଳେ ଶବରୁ ଆଖି ଗାଏବ ଥିବା ଦେଖିବାକୁ ମିଳିଥିଲା । କାଲି ରାତିରେ ମୃତଦେହରୁ ଆଖି ତାଡିନେଇଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଗତ ୪ ଦିନ ମଧ୍ୟରେ ଏପରି ୨ଟି ଘଟଣା ସମ୍ମୁଖକୁ ଆସିଛି। ପୂର୍ବରୁ ଏକ କୁନି ଝିଅର ମୃତଦେହରୁ ଦୁଇ ଆଖି ଗାଏବ ହେବା ପରେ ଆଜି କେବଳ ଡାହାଣ ଆଖି ଗାଏବ ହୋଇଥିବା ଦେଖିବାକୁ ମିଳିଛି