ହୁ ହୁ ହୋଇ ବଢି ଚାଲିଛି ସୁନା ଦର , 2020 ସୁଦ୍ଧା 40 ହଜାର ଟପିବାର ସମ୍ଭାବନା

ରେକର୍ଡ ସ୍ତରରେ ପହଞ୍ଚିଛି ସୁନାର ମୂଲ୍ୟ। ଦେଶରେ ଏବେ ସୁନାଦର ନିୟମିତ ଭାବେ ବଢିଚାଲିଛି । ମୁଖ୍ୟତଃ ଅନ୍ତର୍ଜାତୀୟ ବଜାରର ପ୍ରଭାବରୁ ଭାରତରେ ସୁନା ଦର ବଢି ସର୍ବକାଳିନ ରେକର୍ଡ ସ୍ତରରେ ପହଞ୍ଚିଛି । ସୁନା ଏବେ ୧୦ ଗ୍ରାମ ପିଛା ୩୫ ହଜାର ଟପିଛି। ବର୍ଷ ଶେଷସୁଦ୍ଧା ସୁନା ଦର ୩୬ ହଜାର ଟଙ୍କା ଟପିବା ସହ ୨୦୨୦ ସୁଦ୍ଧା ୪୦ ହଜାର ଟଙ୍କା ଛୁଇଁବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ରାଜଧାନୀ ଭୁବନେଶ୍ୱରରେ ସୁନା ଦର ୩୫ ହଜାର ଟଙ୍କା ଟପିଛି। ୧୦ ଗ୍ରାମ ସୁନାର ମୂଲ୍ୟ ୩୫ ହଜାର ୪୦ ଟଙ୍କା ହୋଇଥିବା ବେଳେ ଏକ କିଲୋ ରୁପାର ଦାମ୍ ୪୪ ହଜାର ଟଙ୍କା ରହିଛି। ଆନ୍ତର୍ଜାତିକ ସ୍ତରଠାରୁ ଆରମ୍ଭ କରି ଉଭୟ ଜାତୀୟ ଓ ରାଜ୍ୟ ପର୍ଯ୍ୟନ୍ତ ପ୍ରାୟ ସବୁ ସ୍ତରରେ ସୁନା ମହଙ୍ଗା ହୋଇଛି। ଦିଲ୍ଲୀରେ ସୁନା ଦାମ୍ ୩୬ ହଜାର ଟଙ୍କା ନିକଟତର ହୋଇଛି। ବର୍ତ୍ତମାନ ସେଠାରେ ସୁନାର ଦାମ ୧୦ ଗ୍ରାମ ପିଛା ୩୫,୯୭୦ ଟଙ୍କାରେ ପହଞ୍ଚିଯାଇଛି। ରୁପାର କିଲୋ ପ୍ରତି ଦର ୪୧,୯୬୦ ଟଙ୍କା ହୋଇଛି।

Leave a Reply

Your email address will not be published. Required fields are marked *