ଆମ୍ବୁଲାନ୍ସର କାମ ରୋଗୀଙ୍କୁ ଯଥାଶୀଘ୍ର ଡାକ୍ତରଖାନାକୁ ନେଇଥାଏ। ଅନେକ ସମୟରେ ଆମ୍ବୁଲାନ୍ସରେ ଚିକିକ୍ସା ସୁବିଧା ରହିଥିବାରୁ ଗୁରୁତର ରୋଗୀଟିକୁ ଆମ୍ବୁଲାସରେ ମଧ୍ୟ ଚିକିତ୍ସା କରାଯାଇଥାଏ। ହେଲେ ରୋଗୀଙ୍କୁ ଡାକ୍ତରଖାନାକୁ ନେବାପାଇଁ ନିୟୋଜିତ ଥିବା ଆମ୍ବୁଲାନ୍ସ ଗାଡିରେ ଏବେ ଶ୍ରମିକ ଯିବାଆସିବା କରୁଛନ୍ତି। ଏଭଳି ଦୃଶ୍ୟ ଝାରସୁଗୁଡା ଜିଲ୍ଲା ଲଖନପୁର କୋଇଲାଖଣିରେ ଦେଖିବାକୁ ମିଳିଛି। ଘଟଣାର ଭିଡିଓ ଭାଇରଲ ହେବା ପରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି। ଆମ୍ବୁଲାନ୍ସ ଭଳି ଏକ ଆବଶ୍ୟକ ସେବା ଗାଡିରେ ଯଦି ଶ୍ରମିକ ନେବା ଆଣିବା କରାଯିବ ତାହାହେଲେ ରୋଗୀର ଅବସ୍ଥା କଣ ହେବ। କୌଣସି ସ୍ଥାନରେ ଦୁର୍ଘଟଣା ବା ଅଘଟଣ ଘଟେ ତାହା ହେଲେ ହସ୍ପିଟାଲ ନେବା ପାଇଁ ନିଶ୍ଚୟ ବିଲମ୍ବ ଘଟିବ। ତେଣୁ ଏନେଇ ଲଖନପୁର ଖଣି କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଆମ୍ବୁଲାନ୍ସ ଡ୍ରାଇଭର ବିରୋଧରେ କାର୍ଯ୍ୟାନୁଷ୍ଠାନ ତଥା ଶ୍ରମିକ ମାନଙ୍କ ପାଇଁ ଅନ୍ୟ ଗାଡିର ବ୍ୟବସ୍ଥା କରିବାକୁ ଦାବି ହୋଇଛି ।