ଆଜି ବି ଆସ୍ଥା ଭୋଟ ଟାଳି ପାରନ୍ତି କୁମାରସ୍ୱାମୀ

ଆଜି ହୋଇପାରେ କର୍ଣ୍ଣାଟକର ଭାଗ୍ୟ ପରୀକ୍ଷା । ଦୀର୍ଘ ଦିନ ଧରି କ୍ଷମତାକୁ ନେଇ କର୍ଣ୍ଣାଟକାର ମେଣ୍ଟ ସରକାର ଏବଂ ବିରୋଧୀ ଦଳ ବିଜେପି ମଧ୍ୟରେ ଚାଲିଥିବା ଛକାପଞ୍ଝାର ଆଜି ବିରାମ ଲାଗିପାରେ। ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ସରକାର ଆସ୍ଥା ଭୋଟର ସମ୍ମୁଖୀନ ହୋଇ ପାରନ୍ତି । ହେଲେ କୁମାରସ୍ୱାମୀଙ୍କ ସମର୍ଥନରେ ଆବଶ୍ୟକୀୟ ସଂଖ୍ୟାରେ ବିଧାୟକ ନଥିବାରୁ ଆଜି ବି ସେ ଆସ୍ଥ ଭୋଟ ଟାଳି ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଶାସକ ମେଣ୍ଟର ୧୬ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଯୋଗୁଁ କୁମାରସ୍ୱାମୀ ସରକାର ଅଡୁଆ ପରିସ୍ଥିତିରେ ଗତି କରୁଛି । ସେପଟେ କ୍ଷମତା ଅକ୍ତିଆର କରିବ ପାଇଁ ବିଜେପି ବେଶ ତତ୍ପର ହୋଇପଡିଛି। ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା କହିଛନ୍ତି ସୋମବାର ମେଣ୍ଟ ସରକାରର ଶେଷଦିନ। ଅନ୍ୟପଟେ କର୍ଣ୍ଣାଟକ-ଜେଡିଏସ୍ ମେଣ୍ଟ ସରକାରରୁ ସମର୍ଥନ ପ୍ରତ୍ୟାହାର କରିଥିବା ଦୁଇଜଣ ସ୍ୱାଧୀନ ବିଧାୟକଙ୍କ ଆବେଦନ ଶୁଣାଣି କରିବାକୁ ସୋମବାର ସକାଳେ ସୁପ୍ରିମ୍ କୋର୍ଟ ମନା କରି ଦେଇଛନ୍ତି। ସୋମବାର ସନ୍ଧ୍ୟା ସୁଦ୍ଧା ଫ୍ଲୋର୍ ଟେଷ୍ଟ୍ ସାରିବାକୁ କୁମାରସ୍ୱାମୀ ସରକାରଙ୍କୁ ଅଦାଲତ ନିର୍ଦ୍ଦେଶ ଦେଉ ବୋଲି ସେମାନେ ଆବେଦନ କରିଥିଲେ। ଏହାକୁ ଆଧାର କରି କୁମାରସ୍ୱାମୀ ଆଉ କିଛି ଦିନ ଆସ୍ଥା ଭୋଟକୁ ଟାଳି ପାରନ୍ତି ବୋଲି କୁହାଯାଉଛି। ତାହା ଭିତରେ ଅସନ୍ତୁଷ୍ଟ ବିଧାୟକଙ୍କୁ ବିଝାଇ ସୁଝାଇ ନିଜ ପକ୍ଷକୁ ଆଣିବାକୁ ଚେଷ୍ଟା କରିପାରନ୍ତି କୁମାରସ୍ୱାମୀ।

Leave a Reply

Your email address will not be published. Required fields are marked *