ଆଇସିୟୁରେ ପଦ୍ମଶ୍ରୀ ଡି ପ୍ରକାଶ ରାଓ

ଆଇସିୟୁରେ ପଦ୍ମଶ୍ରୀ ଡି ପ୍ରକାଶ ରାଓ। ପଦ୍ମଶ୍ରୀ ଡି ପ୍ରକାଶ ରାଓ ଅସୁସ୍ଥ ହୋଇଛନ୍ତି। ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଗୁରୁତର ଅବସ୍ଥାରେ କଟକସ୍ଥିତ ଏସ୍‌ସିବିର ଆଇସିୟୁରେ ଭର୍ତ୍ତି କରାଯାଇଛି। ଏକ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଯାଇଥିବା ସମୟରେ ହଠାତ ଅସୁସ୍ଥ ହୋଇଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି କରାଯାଇଛି । ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରକାଶ ରାଓଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ। ସ୍ୱତନ୍ତ୍ର ଢଙ୍ଗରେ ଚା’ ବିକ୍ରି କରି ଚର୍ଚ୍ଚାରେ ରହିଥିବା କଟକ ସହରର ଏହି ବିଶିଷ୍ଟ ସମାଜସେବୀ ୨୦୦ରୁ ଅଧିକ ଥର ରକ୍ତଦାନ କରି ରେକର୍ଡ କରିଛନ୍ତି। ତେବେ ଡି ପ୍ରକାଶ ରାଓ ଅସୁସ୍ଥ ଥିବା ଖବର ପାଇବା ପରେ ରାଜ୍ୟରେ ଦୁଃଖର ଲହରୀ ଖେଳିଯାଇଛି ।

Leave a Reply

Your email address will not be published. Required fields are marked *