‘ଚନ୍ଦ୍ରଯାନ-୨’ ସହ ଓଡିଶାର ସମ୍ପର୍କ କ’ଣ: ଯାହା ଜାଣିଲେ ଆପଣଙ୍କ ଛାତି କୁଣ୍ଢେମୋଟ ହୋଇଯିବ

ଭାରତୀୟ ମହାକଶ ଗବେଷଣା ସଂସ୍ଥା ପକ୍ଷରୁ ନିର୍ମିତ ଚନ୍ଦ୍ରଯାନ-୨ର କିିଛି ଅଂଶବିଶେଷ ଓଡ଼ିଶାରେ ତିଆରି ହୋଇଛି। ଭୁବନେଶ୍ୱର ସ୍ଥିତି ସେଣ୍ଟ୍ରାଲ ଟୁଲ ଏଣ୍ଡ ଟ୍ରେନିଂ ସେଣ୍ଟରରେ ଚନ୍ଦ୍ରଯାନ-୨ ପାଇଁ ଲିମ୍ସ ତିଆରି ହୋଇଛି। ସମଗ୍ର ବିଶ୍ୱ ଚନ୍ଦ୍ରଯାନ-୨ର ସଫଳ ଉତକ୍ଷେପଣ ପାଇଁ ଅପେକ୍ଷା କରି ରହିଥିବା ବେଳେ ଓଡ଼ିଶା ଏହି ଐତିହାସିକ ମୁହୂର୍ତ୍ତକୁ ଅପେକ୍ଷା କରି ରହିିଛି। ଭୁବନେଶ୍ୱର ସ୍ଥିତି ସେଣ୍ଟ୍ରାଲ ଟୁଲ ଏଣ୍ଡ ଟ୍ରେନିଂ ସେଣ୍ଟରରେ ଚନ୍ଦ୍ରଯାନ-୨ ପାଇଁ ଲିମ୍ସ ତିଆରି ହୋଇଛି। ଚନ୍ଦ୍ରଯାନ-୨ ଯେତେବେଳେ ମାହାକାଶରେ ଲ୍ୟାଣ୍ଡ କରିବ ସେତେବେଳେ ଚକ’ର ମୁଭମେଣ୍ଟ ପାଇଁଁ ଏହି ଲିମ୍ସର ବ୍ୟବହାର ହୋଇଥାଏ। ତେବେ ଯାନ୍ତ୍ରୀକ ତୃଟି ପାଇଁ ଚନ୍ଦ୍ରଯାନ-୨ ସ୍ଥଗିତ ରହିଥିବା ବେଳେ ଆଗମୀ ଦିନରେ ଏହାର ସଫଳ ଉତକ୍ଷେପଣ ହେଲେ ଓଡ଼ିଶା ପାଇଁ ଏହା ଗୌରବ ଆଣିବ। ତିନ ବର୍ଷ ତଳେ ଭୁବନେଶ୍ୱର ସିଟିଟିସିକୁ ଏଭଳି ପ୍ରୋଜେକ୍ଟ ମିଳିଥିଲା। ପାଖାପାଖି ୧୫୦ ଜଣ ଇଂଜିନିୟର, ବୈଜ୍ଞାନିକ ଓ ସପୋର୍ଟ ଷ୍ଟାଫ ଏହି କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଚନ୍ଦ୍ରଯାନ-୨ ପୂୂର୍ବରୁ ମଙ୍ଗଳଯାନରେ ମଧ୍ୟ ଅନେକ ପାର୍ଟସ ଏହି ସିଟିଟିସିରେ ତିଆରି ହୋଇଛି। ଏହାସହ ଚନ୍ଦ୍ରଯାନ-୧ ରେ ମଧ୍ୟ ଅନେକ ପାର୍ଟସ ସିଟିଟିସି ଭୁବନେଶ୍ୱର ତିଆରି କରିସାରିଛି। ଦୀର୍ଘ ୨୩ ବର୍ଷ ଧରି ଇସ୍ରୋ ସହ ସିିଟିଟିସି କାମ କରିଆସୁଅଛି। ତେବେ ଆଗାମୀ ଦିନରେ ୧୦୦ କୋଟିରୁ ଅଧିକ ଟଙ୍କାର ପ୍ରୋଜେକ୍ଟ ସିଟିଟିସକୁ ଇସ୍ରୋ ଦେଇଥିବା ସହ ଅନେକ ବଡ ଅଭିଯାନରେ ଓଡ଼ିଶା ସାମିଲ ରହିବ ବୋଲି ସିଟିଟିସି ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *