ଏବେ ସଦ୍ୟ ସମାପ୍ତ ପୃଥିବୀର ସର୍ବ ବୃହତ ଗଣତନ୍ତ୍ରର ନିର୍ବାଚନରେ ଦେଖିବାକୁ ଗଲେ କୌଣସି ପ୍ରାର୍ଥୀ ଭିତରେ ଲଢେଇ ନ ଥିବା ବା ବିଚାରଧାରାର ଲଢେଇ ନଥିଲା। ଲଢେଇ ଥିଲା ପରିବାରବାଦ ବିରୁଦ୍ଧରେ ବ୍ୟକ୍ତିବାଦର। ଲଢେଇ କଂଗ୍ରେସ ବନାମ ଭାଜପା ନଥିଲା, ଥିଲା ଗାନ୍ଧୀ ପରିବାର ବନାମ ମୋଦି। ଯେମିତି କଂଗ୍ରେସ ପାଇଁ ଗାନ୍ଧୀ ଭରସା, ସେମିତି ଭାଜପା ପାଇଁ ମୋଦି ଭରସା । ଲଢେଇକୁ ରାଜନୈତିକ ସ୍ତରରୁ ବ୍ୟକ୍ତିଗତ ସ୍ତରକୁ ବି ନେଇଗଲେ ସମର୍ଥକ ଓ ବିରୋଧୀ ମାନେ। ଭାରତୀୟ ରାଜନୀତିରେ ବୋଧ ହୁଏ ଆକ୍ଷେପ ଓ ପ୍ରତ୍ୟାକ୍ଷେପ ଭାବରେ ବହୁଳ ବ୍ୟବହୃତ ଶବ୍ଦ ହେଉଛି ପପୁ (ଯାହା ରାହୁଲ ଗାନ୍ଧୀଙ୍କ ପାଇଁ ବ୍ୟବହୃତ ହୁଏ) ଓ ଫେକୁ (ଯାହା ମୋଦି ଙ୍କୁ ଆକ୍ଷେପ କରି କୁହାଯାଏ) । ବ୍ୟକ୍ତିକୈନ୍ଦ୍ରିକ ଲଢେଇରେ ବିରୋଧୀ ମାନେ ମଧ୍ୟ ଦୁଇ ଭାଗ ରେ ବିଭକ୍ତ ହେଇଗଲେ। ରାହୁଲଙ୍କ ସମର୍ଥକ ମାନେ ମୋଦି ସମର୍ଥକଙ୍କୁ ଭକ୍ତ କୁହନ୍ତି ଓ ମୋଦି ସମର୍ଥକ ମାନେ ରାହୁଲ ସମର୍ଥକଙ୍କୁ ପିଡି(ଯାହା ରାହୁଲଙ୍କ କୁକୁରର ନାମ) ବା ଗୁଲାମ କୁହନ୍ତି, ଯାହା ଆଜି ଆଲୋଚନାର ବିଷୟ ।
ମୋଦି ସମର୍ଥକଙ୍କୁ ଭକ୍ତ କହିଲେ ସେମାନେ ଗ୍ରହଣ କରନ୍ତି। କେତେକ ସମର୍ଥକ ନିଜ Facebook ଓ Twitter account ରେ ଭକ୍ତ ବୋଲି ଗର୍ବର ସହ ଲେଖନ୍ତି । କିନ୍ତୁ ରାହୁଲ ସମର୍ଥକ ମାନେ ପିଡି କି ଗୁଲାମ ଲେଖିବା ଦେଖାଯାଏ ନାହିଁ । କିନ୍ତୁ କାହିଁକି? ଯଦି ବିଚାର ଧାରା କୁ ଗ୍ରହଣ କରି ପାରୁଛନ୍ତି ତେବେ ପ୍ରତ୍ୟାକ୍ଷେପ କୁ କାହିଁକି ନୁହେଁ?
ସେଥିପାଇଁ ଲେଖକ ଦୁଇ ବିରୋଧୀଙ୍କୁ ଭକ୍ତ ଓ କମ୍ବକ୍ତ (ହିନ୍ଦୀ ଶବ୍ଦ ଯାହାର ଅର୍ଥ ହତଭାଗା ବା ଅଭାଗା) ବୋଲି ବିଚାର କରେ । ଯଦି ଆମେ ମୋଦି ସମର୍ଥକ ବା ଭକ୍ତ ମାନଙ୍କ ମାନସିକତାକୁ ଦେଖିବା, ତେବେ ବୁଝି ପରିବା ସେମାନେ ନିଜକୁ କାହିଁକି ଭକ୍ତ କହିବାରେ ଗୌରବାନିତ୍ବ ମାନେ କରୁଛନ୍ତି | ଉଦାହରଣ ଭାବେ ଆମେ କୃଷ୍ଣ ସୁଦାମାଙ୍କୁ ନେଇ ପରିବା, ସୁଦାମା କୃଷ୍ଣଙ୍କର ଭକ୍ତ କିନ୍ତୁ ଦାସ ନୁହେଁ | ସଖା ହିଁ ଭଗବାନ ବା ଭଗବାନ ହିଁ ସଖା, ସୁଦାମା ଙ୍କ ପାଇଁ | କିନ୍ତୁ କୃଷ୍ଣ ଭଗବାନ ହେଇ ମଧ୍ୟ ସଖା ସୁଦାମାଙ୍କ ପଦସେବା କରିଛନ୍ତି, ଦାସ ଭଳି । ଏଠି ଭକ୍ତ ସୁଦାମା ଗୌରବାନିତ୍ବ ହେବେ ନାହିଁ କି?
ଅପରପକ୍ଷ ରେ ଆମେ ରାହୁଲଙ୍କ ସମର୍ଥକଙ୍କୁ ଦେଖିଲେ ବୁଝିପାରିବ, ସେମାନେ କାହିଁକି ଗର୍ବର ସହ ନିଜକୁ ପିଡି ବା ଗୁଲାମ ବୋଲି ଗ୍ରହଣ କରି ପାରୁନାହାନ୍ତି । ଉଦାହରଣ ସେଇ ମହାଭାରତରୁ ନିଆଯାଉ | ଗୁରୁ ଦ୍ରୋଣ, ମହାଦାନୀ କର୍ଣ୍ଣ ବା ପିତାମହ ଭୀଷ୍ମଙ୍କ ଭଳି ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ଦୁର୍ଯ୍ୟଧନ ଆଗରେ କେତେ ଅସହାୟ ଥିଲେ | ତାର ଏକମାତ୍ର କାରଣ ହେଲା ମାନସିକ ସ୍ତରର ଗୋଲାମୀ। ଅର୍ଥାତ ସେମାନେ ଅତ୍ୟଧିକ ଅନୁରକ୍ତ ଥିଲେ ଜଣେ ବ୍ୟକ୍ତି ପାଖରେ, କୌଣସି କାରଣ ପାଇଁ ହଉନା କାହିଁକି। ଠିକ ଯେମିତି ରାହୁଲଙ୍କ ସମର୍ଥକ ମାନେ କିଛି କାରଣନ ଦେଖେଇ ପାରି ଅସହାୟ ଭଳି ରାହୁଲଙ୍କୁ ସମର୍ଥନ କରନ୍ତି ଓ ବିନା କୌଣସି କାରଣରେ ମୋଦି ଙ୍କୁ ସମାଲୋଚନା କରନ୍ତି ।
ଆଉ ଗୋଟେ ଉଦାହରଣ ବି ନିଅ ଯାଇପରେ, ମୋଦି ସଂଘ ସଂସ୍କୃତି ସହ ଜଡିତ ସେଥିପାଇଁ ସେ ବିଭିନ୍ନ ସମୟ ରେ ସ୍ୱାଧୀନତା ସଂଗ୍ରାମୀ ହୁଅନ୍ତୁ କି ଫୌଜୀ, ସେମାନଙ୍କୁ ପାଦ ଛୁଇଁ ପ୍ରଣାମ କରନ୍ତି । ଏମିତି କି ବାରଣାସି କୁମ୍ଭ ମେଳାରେ ସଫେଇ କର୍ମଚାରୀ ମାନଙ୍କ ପାଦ ଧୋଇବା ରେ କୁଣ୍ଠା ପ୍ରକାଶ କରି ନଥିଲେ । କିନ୍ତୁ ଅପରପକ୍ଷ ରେ ରାହୁଲ ଙ୍କୁ ବହୁତ ବୟସ୍କ ଲୋକ ପାଦ ଛୁଇଁ ପ୍ରଣାମ କରିବା ଆମେ ଦେଖିଛେ ଓ ରାହୁଲ ତାହାକୁ ବାରଣ ନ କରିବା ବି ତାଙ୍କ ସାମନ୍ତବାଦୀ ଚିନ୍ତା ଧାରାର ପ୍ରତୀକ । ଏମିତିକି କିଛି ଦିନ ତଳେ ଆମେ ଦେଖିଛେ ୯୨ ବର୍ଷ ବୟସ୍କ ମୋତିଲାଲ ଭୋରା, ରାହୁଲ ଗାନ୍ଧୀ ଙ୍କ ପାଦ ଛୁଇଁ ପ୍ରଣାମ କରିବା। ଏହା ଗୋଲାମୀ ମାସିକତା ନୁହେଁ କି?
ରାଜନୀତିରେ ବିପକ୍ଷ ରହିବା ଜରୁରୀ ଓ ଏହା ଗଣତନ୍ତ୍ରର ସର୍ବନିମ୍ନ ଆବଶ୍ୟକତା । କିନ୍ତୁ ବିପକ୍ଷ ଦୃଢ ହେବ ଆବଶ୍ୟକ । ରାହୁଲ ଙ୍କ ସମର୍ଥକ ମାନଙ୍କ ଅନ୍ଧ ସମର୍ଥନ ତାଙ୍କୁ ସଂଗଠନ ଠୁ ଦୁରକୁ ନେଇ ଯାଇଛି ଓ ସେ ଜାଣିଛନ୍ତି ତାଙ୍କ ସମର୍ଥକ ମାନେ ବଂଶାନୁକ୍ରମିକ ଭାବେ ପ୍ରାୟତଃ ଅନୁଗତ । ତେଣୁ ସେ ସେମାନଙ୍କୁ ଗୋଲାମ ଭଳି ଗ୍ରହଣ କରିନେଇଛନ୍ତି । ତାଙ୍କ ସମର୍ଥକ ମାନେ ବି ତାହା ହୃଦବୋଧ ବି କରିଛନ୍ତି ଆଉ ସେଥିପାଇଁ କଷ୍ଟ ବି ଅନୁଭବ କରନ୍ତି କିନ୍ତୁ ଅଜାଗା ଘା ଭଳି କାହାକୁ ଦେଖେଇ ପାରନ୍ତିନି । କିନ୍ତୁ ମୋଦି ଙ୍କ ସମର୍ଥକ ମାନେ ଠିକ ଭକ୍ତ ଭଳି ମୋଦି ଙ୍କୁ ସମର୍ଥନ ତା କରନ୍ତି କିନ୍ତୁ ସମର୍ଥନ କେବଳ ବିଚାରଧାରାକୁ ନେଇ । ମୋଦି ଙ୍କ ବିଚାରଧାରା ବଦଳିଗଲେ ତାଙ୍କ ଭକ୍ତ ମାନେ ବି ତାଙ୍କୁ ସମର୍ଥନ କରିବେନି, ଏହା ମୋଦି ବି ଜାଣନ୍ତି ।
ଭକ୍ତ ମାନେ ଗୋଲାମ ମାନସିକତାର ନୁହନ୍ତି । ତେଣୁ ନିଜକୁ ଭକ୍ତ କହିବାକୁ କୁଣ୍ଠା ପ୍ରକାଶ କରନ୍ତିନି । କିନ୍ତୁ ବିରୋଧୀମାନେ ନିଜ ବିଚାରଧାରା ଓ ମାନସିକତା କୁ ପ୍ରକାଶ୍ୟ ରେ ଗ୍ରହଣ କରିପାରନ୍ତିନି | ସେଠି ପାଇଁ ତା ତାଙ୍କୁ କମ୍ବକ୍ତ ବା ଅଭାଗା ବୋଲି କହିବାକୁ ବାଧ୍ୟ ହଉଚି ।
ଏ ଲେଖା କାହାକୁ ମାନସିକ କଷ୍ଟ ଦେବା ପାଇଁ ଡିଷ୍ଟା ନୁହେଁ କିନ୍ତୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଦୁଇ ଶବ୍ଦ ଏତେ ମାତ୍ର ରେ ବ୍ୟବହୃତ ଯେ, ଏହାର ଅନୁଶୀଳନ କରିବାକୁ ବାଧ୍ୟ ହେଲି । ଯଦି ଲେଖା ଯୋଗୁଁ କାହାକୁ କଷ୍ଟ ହେଇଥାଏ ମୁଁ ବ୍ୟକ୍ତିଗତ ଭାବେ କ୍ଷମା ପ୍ରାଥନା କରୁଛି।
ଲେଖକ- କେ କେ ନାୟକ