ଟିମ୍ ଇଣ୍ଡିଆର ହିଟ୍ ମ୍ୟାନଙ୍କ ବିଶ୍ୱ ରେକର୍ଡ। ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଶତକ ହାସଲ କରି ହିଟ୍ ମ୍ୟାନ ରୋହିତ ଶର୍ମା ଅନେକ ରେକର୍ଡ ନିଜ ନାଁରେ କରିଛନ୍ତି କରିଛନ୍ତି। କୌଣସି ଏକ ବିଶ୍ୱକପରେ ୫ଟି ଶତକ ମାରିବାରେ ସେ ହେଉଛି ପ୍ରଥମ କ୍ରିକେଟର । କ୍ରମାଗତ ତୃତୀୟ ଶତକ ତଥା ବିଶ୍ଵ କପରେ ପଞ୍ଚମ ଶତକ ହାସଲ କରିଛନ୍ତି ରୋହିତ ଶର୍ମା । ବିଶ୍ଵ କପର ଗୋଟିଏ ସଂସ୍କରଣରେ ସର୍ବାଧିକ ଶତକ ହାସଲ କରିବାର ରେକର୍ଡ ଶ୍ରୀଲଙ୍କାର ବ୍ୟାଟସମ୍ୟାନ କୁମାର ସାଙ୍ଗାକାରାଙ୍କ ରେକର୍ଡ ଭଙ୍ଗ କରିଛନ୍ତି। ସାଙ୍ଗାକାରା ୨୦୧୫ ବିଶ୍ଵ କପରେ ୪ ଶତକ ଅର୍ଜନ କରିଥିଲେ। ରୋହିତ ଶର୍ମା ଚଳିତ ବିଶ୍ୱକପରେ ୮ଟି ଇଂନିସରୁ ଏଯାଏଁ ସବୁଠୁ ଅଧିକ ୬୪୨ ରନ କରିସାରିଲେଣି । ପୂର୍ବରୁ ଚଳିତ ବିଶ୍ୱକପ୍ରେ ଏଯାଏ ବାଂଲାଦେଶର ସାକିବ ଅଲ ହାସନ ୬୦୬ ରନ୍ କରି ଏକ ନମ୍ବର ସ୍ଥାନରେ ଥିଲେ।
କେବଳ ଏତିକି ନୁହେଁ କ୍ରିକେଟର ଭଗବାନ ସଚିନଙ୍କ ସମକକ୍ଷ ହୋଇଛନ୍ତି ରୋହିତ ଶର୍ମା । ସଚିନଙ୍କ ପରେ ବିଶ୍ୱକପରେ ୬୦୦ରୁ ଅଧିକ ରନ କରିବାର ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି ରୋହିତ। ସଚିନ ୨୦୦୩ ବିଶ୍ୱକପ୍ରେ ୬୭୩ ରନ୍ କରିଥିଲେ।