Times Icons of Odisha 2026’, organised by The Times of India
ଭୁବନେଶ୍ୱର, ସେପ୍ଟେମ୍ବର ୨୨, ୨୦୨୬: ଟାଟା ପାୱାରର ଚିଫ୍ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ବିଜନେସ ତଥା ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଶ୍ରୀ ଗଜାନନ ଏସ୍. କାଲେଙ୍କୁ ଦ ଟାଇମ୍ସ ଅଫ୍ ଇଣ୍ଡିଆ ଦ୍ୱାରା ଆୟୋଜିତ ପ୍ରତିଷ୍ଠିତ ‘ଟାଇମ୍ସ ଆଇକନ୍ସ ଅଫ୍ ଓଡ଼ିଶା ୨୦୨୬’ ସମ୍ମାନରେ ସମ୍ମାନିତ କରାଯାଇଛି। ତାଙ୍କୁ “ଶକ୍ତି କ୍ଷେତ୍ରରେ ଉତ୍କର୍ଷ ନେତୃତ୍ୱ ଏବଂ ବିଦ୍ୟୁତ୍ କ୍ଷେତ୍ରରେ ରୂପାନ୍ତରଣ” ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯାଇଛି।
ଭୁବନେଶ୍ୱରର ହୋଟେଲ ମେଫେୟାର କନଭେନସନଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରିବାବୁ କମ୍ଭମପତି ଏହି ପୁରସ୍କାର ଶ୍ରୀ କାଲେଙ୍କୁ ପ୍ରଦାନ କରିଥିଲେ।
ଓଡ଼ିଶାର ବିଦ୍ୟୁତ୍ ତଥା ଶକ୍ତି ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ରାଜ୍ୟର ସାମଗ୍ରିକ ଅର୍ଥନୈତିକ ବିକାଶରେ ସହଯୋଗ କରିବା ଦିଗରେ ତାଙ୍କର ନେତୃତ୍ୱ ଏବଂ ଅବଦାନକୁ ଏହି ସମ୍ମାନ ମାଧ୍ୟମରେ ସ୍ୱୀକୃତି ଦିଆଯାଇଛି। ଶ୍ରୀ କାଲେଙ୍କ ନେତୃତ୍ୱରେ ଟିପିସିଓଡିଏଲ୍ ସେଣ୍ଟ୍ରାଲ ଓଡ଼ିଶାରେ ଭରସାଯୋଗ୍ୟ ବିଦ୍ୟୁତ୍ ଯୋଗାଣ, ଉପଭୋକ୍ତା-କୈନ୍ଦ୍ରିକ ସେବା, ଡିଜିଟାଇଜେସନ୍, ପ୍ରଯୁକ୍ତିବିଦ୍ୟା-ଭିତ୍ତିକ ସମାଧାନ ଏବଂ ସମସ୍ତଙ୍କ ପାଇଁ ଦୀର୍ଘସ୍ଥାୟୀ ଶକ୍ତି ପଦକ୍ଷେପ ଉପରେ କ୍ରମାଗତ ଭାବେ ଗୁରୁତ୍ୱାରୋପ କରିଆସୁଛି।
ଏହି ଅବସରରେ ମତାମତ ରଖି ଶ୍ରୀ ଗଜାନନ ଏସ୍. କାଲେ କହିଛନ୍ତି ଯେ, “ମୁଁ ‘ଟାଇମ୍ସ ଆଇକନ୍ସ ଅଫ୍ ଓଡ଼ିଶା ୨୦୨୬’ ପୁରସ୍କାର ପାଇଁ ଅତ୍ୟନ୍ତ ଗର୍ବିତ ଏବଂ ସମ୍ମାନିତ। ଏହି ସ୍ୱୀକୃତି ସମଗ୍ର ଟିପିସିଓଡିଏଲ୍ ଟିମ ର ମିଳିତ ପ୍ରୟାସ ଏବଂ ସେଣ୍ଟ୍ରାଲ ଓଡ଼ିଶାର ଉପଭୋକ୍ତା ମାନଙ୍କୁ ସେବା ଯୋଗାଇବା ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ଆମେ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ କରିବା, ପ୍ରଯୁକ୍ତିବିଦ୍ୟାକୁ ଆପଣାଇବା ଏବଂ ସରଳ ତଥା ଅଧିକ ସୁଲଭ ସେବା ପ୍ରଦାନ କରିବା ଉପରେ ଆମର ଧ୍ୟାନ କେନ୍ଦ୍ରିତ ରଖିଛୁ।”
ଟିପିସିଓଡିଏଲ୍ ହେଉଛି ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ, ଯାହା ସେଣ୍ଟ୍ରାଲ ଓଡ଼ିଶାର କୋଟି କୋଟି ଉପଭୋକ୍ତାଙ୍କୁ ସେବା ଯୋଗାଉଛି ଏବଂ ଏକ ସ୍ମାର୍ଟ, ଅଧିକ ସୁଦୃଢ଼ ଏବଂ ଉପଭୋକ୍ତା -କୈନ୍ଦ୍ରିକ ବିଦ୍ୟୁତ୍ ବଣ୍ଟନ ନେଟୱାର୍କ ଗଠନ ଦିଗରେ କାର୍ଯ୍ୟ କରୁଛି।