ଆଖିବୁଜିଲେ ଢେଙ୍କାନାଳର ଯ଼ୋଡ଼ା ଶିଶୁକନ୍ୟା। କଟକ ଶିଶୁଭବନରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ହୋଇଛି । ଡାକ୍ତରମାନଙ୍କର ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ଯୋଡ଼ା ଶିଶୁଙ୍କୁ ବଞ୍ଚାଇ ରଖିବା ସମ୍ଭବ ହୋଇନି। ଏନେଇ ସୂଚନା ଦେଇଛନ୍ତି ଶିଶୁ ଭବନ ଅଧୀକ୍ଷକ ଡ. ସରୋଜ କୁମାର ଶତପଥୀ। ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଖାଲପାଳ ଗାଁର ପ୍ରଦୀପ ବେହେରାଙ୍କ ସ୍ତ୍ରୀ ରେଣୁବାଳା ଗତ ୧ ତାରିଖରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଏହି ଯୋଡ଼ା ଶିଶୁଙ୍କୁ ଜନ୍ମ ଦେଇଥିଲେ। ଦୁଇ ଶିଶୁଙ୍କର ଓଜନ ସାଢ଼େ ୪ କେଜି ରହିଥିଲା। ଦୁହିଙ୍କର ମୁଣ୍ଡ, ହାତ ଓ ଗୋଡ଼ ଅଲଗା ଥିଲେ ମଧ୍ୟ ଗୋଟିଏ ହୃଦୟ ଥିଲା । ଯାହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିଲା । ତେବେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଅସାମାନ୍ୟ ଥିବାରୁ ଅଧିକ ଚିକିତ୍ସା ପାଇଁ ସେମାନଙ୍କୁ କଟକ ଶିଶୁଭବନ ସ୍ଥାନାନ୍ତର କରାଯାଇଥିଲା । ସେମାନଙ୍କ ଚିକିତ୍ସା ଲାଗି ସ୍ୱତନ୍ତ୍ର ଡାକ୍ତରୀଦଳ ମଧ୍ୟ ଲାଗିଥିଲେ । ଗତ ୨୪ ଘଣ୍ଟା ମଧ୍ୟରେ ଦୁଇ ଶିଶୁ ଖାଦ୍ୟ ଗ୍ରହଣ କରୁନଥିଲେ। ତେଣୁ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା କ୍ରମଶଃ ଅଧିକ ସଙ୍କଟାପନ୍ନ ହୋଇଯାଇଥିଲା। ଶେଷରେ ଯୋଡ଼ା ଶିଶୁ ଶୁକ୍ରବାର ରାତି ପ୍ରାୟ ୧୦ଟା ବେଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।