ଭୁବନେଶ୍ୱର, ୧୧ ସେପ୍ଟେମ୍ବର ୨୦୨୬: ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ଆୟୋଜିତ ଇତିହାସର ନବନିଯୁକ୍ତ ସ୍ନାତକୋତ୍ତର ଶିକ୍ଷକ ମାନଙ୍କ ପାଇଁ ପାଞ୍ଚ ଦିନିଆ ତାଲିମ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି । ସେପ୍ଟେମ୍ବର ୭ ରୁ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ତାଲିମ୍ କାର୍ଯ୍ୟକ୍ରମର ମୋଟ ୧୨୦ ଜଣ ଇତିହାସ ପିଜିଟି ଶିକ୍ଷକ ଅଂଶଗ୍ରହଣ କରିଥିଲେ । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀମତୀ ନିୟତି ପଟ୍ଟନାୟକ, ଅତିରିକ୍ତ ନିର୍ଦ୍ଦେଶକ ବିନିତା ସେନାପତି, ଯୁଗ୍ମ ନିର୍ଦ୍ଦେଶକ ସସ୍ମିତା ମାଳୀ ଏବଂ ଉପନିର୍ଦ୍ଦେଶକ ସି.ଏଚ୍. ବିଜୟଲକ୍ଷ୍ମୀ ଉଦଯାପନୀ ସମାରୋହରେ ଯୋଗଦେଇ ଅଂଶଗ୍ରହଣକାରୀ ଶିକ୍ଷକମାନଙ୍କ ସହିତ ଆଲୋଚନା କରିଥିଲେ ।ଏହି କାର୍ଯ୍ୟକ୍ରମରେ ଜାତୀୟ ଶିକ୍ଷା ନୀତି (NEP) ୨୦୨୦, ଆଇସିଟି, ଓଡ଼ିଶା ଶିକ୍ଷା ନିୟମ, ସାମ୍ସ ଏବଂ ଶିକ୍ଷାଜ୍ୟୋତି ପୋର୍ଟାଲ, ପୋଶ୍ ଆଇନ, ଛାତ୍ରବୃତ୍ତି, ପ୍ରଶାସନିକ ଦାୟିତ୍ୱ, ପରୀକ୍ଷା ଏବଂ ମୂଲ୍ୟାୟନ ଯୋଜନା, ଏବଂ କ୍ୟାରିଅର୍ ମାର୍ଗଦର୍ଶନ ଆଦି ସମ୍ପର୍କରେ ତାଲିମ୍ ଦିଆଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟ ତାଲିମ୍ କାର୍ଯ୍ୟକ୍ରମ ସେପ୍ଟେମ୍ବର ୨୧ ରୁ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।ରୋଜାଲିନ୍ ସାହୁଲୋକସମ୍ପର୍କ ଅଧିକାରୀବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ