ଦୁବାଇ: ଓଡିଶାର ସମୃଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପ ପରମ୍ପରାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ ଦୁବାଇରେ ‘ୱାନ୍ ଡିଷ୍ଟ୍ରିକ୍ଟ, ୱାନ୍ ପ୍ରଡକ୍ଟ’ (ODOP) ଗ୍ୟାଲେରୀ ଉଦ୍ଘାଟନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ।
ଗ୍ୟାଲେରୀରେ ଓଡିଶାର ବିଭିନ୍ନ ଜିଲ୍ଲାର ସ୍ୱତନ୍ତ୍ର କଳା ଓ ହସ୍ତଶିଳ୍ପ ସ୍ଥାନ ପାଇଛି। ଏଥିରେ ସମ୍ବଲପୁରୀ ଶାଢ଼ି, କଟକର ମଣିଆବନ୍ଧା ହସ୍ତତନ୍ତ, କଟକର ରୂପା ତାରକସୀ, ରାୟଗଡ଼ାର ଡୋଙ୍ଗରିଆ ଶାଲ, କେନ୍ଦୁଝରର ଟେରାକୋଟା ମୂର୍ତ୍ତି, ବାଲେଶ୍ୱରର ବ୍ଲାକ୍ ଗ୍ରାନାଇଟ୍ ଆଧୁନିକ ମୂର୍ତ୍ତି ଏବଂ ପୁରୀର ପଟ୍ଟଚିତ୍ର ଓ ତାଳପତ୍ର ଖୋଦେଇ କଳା ପ୍ରଦର୍ଶିତ ହୋଇଛି।
ଏହି ପ୍ରଦର୍ଶନୀ ଓଡିଶାର କାରିଗରଙ୍କ ପାରମ୍ପରିକ ଦକ୍ଷତା, ସୃଜନଶୀଳତା ଓ ସାଂସ୍କୃତିକ ପରିଚୟକୁ ବିଶ୍ୱ ବଜାର ସହ ଯୋଡ଼ିବାର ଏକ ପ୍ରମୁଖ ପଦକ୍ଷେପ। ଏହା ମାଧ୍ୟମରେ ମହିଳା ଉଦ୍ୟୋଗୀଙ୍କୁ ନୂଆ ବଜାର, ଅଧିକ ରୋଜଗାର ଓ ଉଦ୍ୟମିତାର ସୁଯୋଗ ମିଳିବା ସହ ଓଡିଶାର ପାରମ୍ପରିକ ଉତ୍ପାଦର ରପ୍ତାନି ସମ୍ଭାବନା ବଢ଼ିବ।
ସ୍ଥାନୀୟ କାରିଗରଙ୍କ କଳାକୁ ବିଶ୍ୱ ବଜାରରେ ପହଞ୍ଚାଇ ‘Local to Global’ ଯାତ୍ରାକୁ ଆହୁରି ସୁଦୃଢ଼ କରିବାରେ ODOP ଗ୍ୟାଲେରୀ ଏକ ନୂଆ ଦିଗ ଦେଖାଇଛି।