ରଥଯାତ୍ରା ପରି ବାହୁଡ଼ା ଓ ସୁନାବେଶ ଦିନ ମଧ୍ୟ ପିପିଲି ଟୋଲ୍ ଗେଟ୍ରେ ଟୋଲ୍ ଫି’ ଆଦାୟ ହେବ । ରଥଯାତ୍ରା, ବାହୁଡ଼ା ଓ ସୁନାବେଶ ଦିନ ଟୋଲ୍ ଫି’ ଛାଡ଼ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ନ୍ୟାସ୍ନାଲ ହାଇଓ୍ବେ ଅଥରିଟି ଅଫ୍ ଇଣ୍ଡିଆ-NHAI ଗ୍ରହଣ କରିନି । ଫଳରେ ଟୋଲ୍ ଛାଡ଼ ହେବନି ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା ଆଜି କହିଛନ୍ତି । ରଥଯାତ୍ରା ଦିନ ପିପିଲି ଟୋଲ୍ ଗେଟରେ ଟୋଲ୍ ଆଦାୟ ହୋଇଥିଲା । ଘଟଣାର ଅନୁଧ୍ୟାନ କରିବେ ବୋଲି ମନ୍ତ୍ରୀ କହିଥିଲେ । NHAI ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ଗ୍ରହଣ କରିନଥିବାରୁ ବାହୁଡ଼ା ଓ ସୁନାବେଶ ଦିନ ମଧ୍ୟ ଟୋଲ୍ ଫି ଆଦାୟ ହେବ ବୋଲି ମନ୍ତ୍ରୀ କହିଛନ୍ତି ।