ସୁନା କିଣିବାକୁ ମନାକଲେ ମୋଦି, ଗୋଲ୍ଡ୍ ବଜାରରେ ଭୂକମ୍ପ

ଚଳିତ ଆର୍ଥିକ ବର୍ଷର ପ୍ରଥମ ୩ ମାସରେ ଦେଶର ଆର୍ଥିକ ସ୍ଥିତି ଆଶାଠାରୁ ଅଧିକ ଭଲ ପ୍ରଦର୍ଶନ କରିଥିବା ବେଳେ ବିଦେଶ ଭ୍ରମଣ, ବିଦେଶରେ ବିବାହ ଆୟୋଜନ ଏବଂ ଅନାବଶ୍ୟକ ସୁନା କିଣାକିଣି କମାଇବା ପାଇଁ ସେ ଦେଶବାସୀଙ୍କୁ ପୁଣି ଥରେ ନିବେଦନ କରିଛନ୍ତି। ଇନଷ୍ଟାରେ ଭିଡିଓ ପୋଷ୍ଟ କରି ସେ ଏହି ଅପିଲ କରିଛନ୍ତି।
ପ୍ରଧାନମନ୍ତ୍ରୀ “ଭୋକାଲ୍ ଫର୍ ଲୋକାଲ୍” ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହନ ଏବଂ “ୱେଡ୍ ଇନ୍ ଇଣ୍ଡିଆ” ଭାରତରେ ବିବାହକୁ ଆପଣେଇବା ପାଇଁ ଜନସାଧାରଣଙ୍କୁ ନିବେଦନ କରି ଆତ୍ମନିର୍ଭର ଭାରତର ଆହ୍ୱାନକୁ ଦୋହରାଇଛନ୍ତି। ପ୍ରଧାମନମନ୍ତ୍ରୀଙ୍କ ଏହି ଅପିଲ୍ ପରେ ସୁନା ଗହଣା କମ୍ପାନୀ ଗୁଡିକର ସେୟାର 5 ପ୍ରତିଶତ ଯାଏଁ ଖସି ଯାଇଛି।
ସେପଟେ ସୋମବାର ପ୍ରକାଶିତ ସରକାରୀ ତଥ୍ୟ ଅନୁଯାୟୀ, ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନିମାସ (Q1) ରେ ଭାରତର ଜିଡିପି (GDP) ହାର ୭.୮% କୁ ବୃଦ୍ଧି ପାଇଛି, ଯାହା ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ର ଆକଳନକୁ ପଛରେ ପକାଇଦେଇଛି। ଏସସିଓ (SCO) ସମ୍ମିଳନୀ ପାଇଁ ବିଶକେକ (Bishkek) ରେ ଥିବା ପ୍ରଧାନମନ୍ତ୍ରୀ ମୋଦି ଏହି ଭିଡିଓର କ୍ୟାପସନରେ ଲେଖିଛନ୍ତି, “୭.୮% ଅଭିବୃଦ୍ଧି। ଦୃଢ଼ ଆକଳନ। ତା’ଠାରୁ ଅଧିକ ଦୃଢ଼ ବିଶ୍ୱାସ।”

Leave a Reply

Your email address will not be published. Required fields are marked *